ହେଡଲାଇନସ୍:

କୋରୋନା ସଂକ୍ରମଣରେ ଦିଲ୍ଲୀରେ ଆଖି ବୁଜିଲେ ଯୁବ ଡାକ୍ତର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲ୍ୟ ବନ୍ଧୁଙ୍କୁ ଶୋକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମନ୍ତ୍ରୀ ସୁଶାନ୍ତ 

ବରଗଡ :- ଦିଲ୍ଲୀ ସ୍ଥିତ ରାମ ମନୋହର ଲୋହିଆ ଡାକ୍ତରଖାନାର ସୁପରିଚିତ ମେଡ଼ିସିନ ସ୍ପେସିଆଲିଷ୍ଟ , ବଲାଙ୍ଗୀର ନିବାସୀ ଯୁବ ଡାକ୍ତର ଶ୍ରୀମନ୍ତ ସାହୁଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଡାକ୍ତର ଶ୍ରୀମନ୍ତ ଗତ କିଛିଦିନ ହେଲା କୋରୋନା ସଂକ୍ରମଣରେ ପିଡିତ ହୋଇ ଦିଲ୍ଲୀର ମଣିପାଲ  ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁ ଖବର ପାଇବା ପରେ ରାଜ୍ୟ ସରକାରଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଗଭୀର ଶୋକ ପ୍ରକଟ କରିଛନ୍ତି ।  ମନ୍ତ୍ରୀ ଶ୍ରୀ ସିଂ ଓ ଡାକ୍ତର ସାହୁ ବାଲ୍ୟବନ୍ଧୁ ଅଟନ୍ତି । ଦୁହେଁ ଏକା ସାଙ୍ଗରେ ପ୍ରାଥମିକ ଶିକ୍ଷାରୁ ଯୁକ୍ତ ଦୁଇ ପର୍ଯନ୍ତ ପାଠ ପଡ଼ିଥିଲେ । " ଡାକ୍ତର ସାହୁ ପିଲାଟି ଦିନରୁ ଜଣେ ମେଧାବୀ, ପରୋପକାରୀ, ବନ୍ଧୁବତ୍ସଲ, ମେଳାପୀ ବ୍ୟକ୍ତି ଥିଲେ । ଡାକ୍ତର ସାହୁଙ୍କର ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁନାହିଁ । ତାଙ୍କର ମୃତ୍ୟୁ ମୋ ପାଇଁ ବ୍ୟକ୍ତିଗତ ଅପୁରାଣୀୟ କ୍ଷତି ।" ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ସିଂ | ଭଗବାନ ତାଙ୍କର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ ବୋଲି ପ୍ରାଥନା କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି  ମନ୍ତ୍ରୀ ସୁଶାନ୍ତ ସିଂ ।

 

0
0
0
s2sdefault