ବରଗଡ :- ଆଜି ସକାଳୁ ପାଇକମାଲ ପୋଲିସ , ପାଇକମାଲ ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କର ସହାୟତା ରେ ପାଇକମାଲ ବ୍ଲକ ଛେତେଙ୍ଗା ଗ୍ରାମର ପୋଖରୀରୁ ଜଣକର ମୃତଦେହ ଉଦ୍ଧାର କରିଛି । ମୃତକ ଜଣକ ହେଲେ ସେହି ଗ୍ରାମର ବିଶ୍ଵାମିତ୍ର ଭୋଇ (୫୨) । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଶ୍ଵାମିତ୍ର ଗତ କାଲି ରବିବାର ଦିନ ସକାଳୁ ଗାଁ ପୋଖରୀକୁ ଫୁଲ ତୋଳିବା ପାଇଁ ଯାଇଥିଲେ । ଫୁଲ ତୋଳିବା ସମୟରେ ତାଙ୍କର ଗୋଡ଼ ଖସିଯିବାରୁ ସେ ଗଭୀର ପାଣି ଭିତରକୁ ପଶି ଜୀବା ସହିତ କଇଁ ଫୁଲ ଗଛରେ ଛନ୍ଦି ହୋଇବାରୁ ପାଣି ରେ ବୁଡି ଯାଇଥିବା ଅନୁମାନ କରାଯାଉଛି । ଏହା ସହିତ ଗତ କିଛିଦିନ ହେଲା ମୃତକ ଙ୍କର ଦେହ ମଧ୍ୟ ଅସୁସ୍ଥ ଥିବାର ଜଣା ପଡ଼ିଛି , ଏହା ସହିତ ତାଙ୍କୁ ଫିଟସ ମଧ୍ୟ ଥିବାର ଜଣା ପଡ଼ିଛି । ମୃତକ ଙ୍କର ଘର ଲୋକେ ଗତ କାଲି ସନ୍ଧ୍ୟାରେ ପାଇକମାଲ ଥାନାରେ ଖବର ଦେଇଥିଲେ । ରାତି ସମୟରେ ଶବ ଉଦ୍ଧାର କରାଯାଇ ପାରିନଥିଲା । ଆଜି ସକାଳୁ ପୋଲିସ ଅଗ୍ନିଶମ ବିଭାଗର ସହାୟତାରେ ପାଣି ଭିତରେ ବୁଡି ରହିଥିବା ମୃତକ ଙ୍କର ଶବ ଉଦ୍ଧାର କରିବାରେ ସଫଳ ହୋଇଛି । ପାଇକମାଲ ଥାନାର ସବ ଇନ୍ସପେକ୍ଟର ଶ୍ରୀ ପ୍ରଫୁଲ୍ଲ ପାଣିଗ୍ରାହୀ କେଶ ନମ୍ବର 27/20 ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଶବ କୁ ବ୍ୟବଛେଦ ପାଇଁ ପଦ୍ମପୁର ଡାକ୍ତରଖାନା କୁ ପଠାଯିବ ଓ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି ।
ଅଘଟଣ
ଫୁଲ ତୋଳିବାକୁ ଯାଇ ପାଣିରେ ବୁଡି ଜୀବନ ଗଲା
- Hits: 1955