ହେଡଲାଇନସ୍:

ପୁଅ ସହିତ ମହିଳାଙ୍କୁ ୟୁପିରେ ବନ୍ଧକ, ଉଦ୍ଦାର ପାଇଁ ଏସପି ଙ୍କୁ ଗୁହାରି କଲେ ସ୍ୱାମୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରମାକାନ୍ତ ବିଶ୍ବାଳ / ସମ୍ବଲପୁର- ଚାକିରୀ ର ପ୍ରଲୋଭନ ଦେଖାଇ ସମ୍ବଲପୁର pwd  କଲୋନୀ ର ଜଣେ ୩୦ ବର୍ଷଆ ମହିଳା ଓ ତାଙ୍କ ୧୦ ବର୍ଷ ର ପୁତ୍ରଙ୍କୁ ୟୁପି ର ମୁରାଦାବାଦରେ ଜଣେ ବ୍ୟକ୍ତି ଯୋରଜବରଦସ୍ତ ବନ୍ଧକ ରଖିଥିବାର ମହିଳା ଙ୍କ ସ୍ୱାମୀ ସମ୍ବଲପୁର ଧନୁପାଲି ଥାନାରେ ଏତଳା ଦେଇଛନ୍ତି । ଏହାପରେ ଆଜି ମହିଳା ଙ୍କ ସ୍ୱାମୀ ସମ୍ବଲପୁର ଏସପି ଙ୍କ ଦ୍ୱା ରସ୍ତ ହୋଇ ତାଙ୍କ ସ୍ତ୍ରୀ ଙ୍କୁ ଉଦ୍ଦାର କରିବା ପାଇଁ ଆକୁଳ ନିବେଦନ କରିଛନ୍ତି । ସମ୍ବଲପୁର 

pwd  କଲୋନୀ ରେ ରହୁଥିବା ଅଟୋ ଡ୍ରାଇଭର ସୁସିଲ ବଳ ଏମିତି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ତାଙ୍କର ପତ୍ନୀ ଅନୁପମା ଙ୍କୁ ତାଙ୍କ  ସମ୍ବଲପୁର  ଘର ପାଖରେ ରହୁଥିବା ମୁରାଦାବାଦର ଜଣେ ଫେରିବାଳା ମୁରାଦାବାଦ ଜିଲ୍ଲା ର ସମ୍ବଲ ଠାରେ ଚାକିରୀ କରାଇଦେବାର ପ୍ରଲୋଭନ ଦେଖାଇ ତାଙ୍କର ୧୦ ବର୍ଷ ର ପୁଅ ସହିତ ତାଙ୍କୁ ସେଠିକି ନେଇ ଯାଇଥିଲା । ଏହାପରେ ସେହି ସଂପୃକ୍ତ ଫେରିବାଳା ତାଙ୍କର ପତ୍ନୀଙ୍କୁ ସେଠାରେ ବନ୍ଧକ କରି ରଖି ନିଯ୍ୟାତନା ଦେଉଥିବାର ସୁସିଲ ବଳ ଅଭିଯୋଗ କରିଛନ୍ତି । ସୁସିଲ ବଳ  ତାଙ୍କର ସ୍ତ୍ରୀ ଅନୁପମା ଙ୍କୁ ଉଦ୍ଦାର କରିବା ପାଇଁ ସେ ସବୁ ତଥ୍ୟ ସହ ଧନୁପାଲି ଥାନାରେ ଏତଲା ଦେଇଥିଲେ ମଧ୍ୟ ଧନୁପାଲି ପୋଲିସ କୌଣସି କାଯ୍ୟାନୁଷ୍ଟାନ ନେଉନଥିବାର ଅଭିଯୋଗ କରିଛନ୍ତି । ଏଥିପାଇଁ ଆଜି ସୁସିଳ ସମ୍ବଲପୁର ଏସପି ଙ୍କୁ ଭେଟି ତାଙ୍କ ପତ୍ନୀ ଓ ୧୦ ବର୍ଷ ର ପୁତ୍ର କୁ ଉଦ୍ଦାର କରିବା ପାଇଁ ନିବେଦନ କରିଛନ୍ତି ।

     

0
0
0
s2sdefault