ଅପ୍ରୀତିକର ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଦାରିଙ୍ଗବାଡ଼ି ବ୍ଲକ ଅଧକ୍ଷା ରୁଦା ମଲିକ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗତ କୁମାରପୁର୍ଣିମା ଦିନ ପୁଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଘଟି ଥିବା ଅପ୍ରୀତିକର ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଦାରିଙ୍ଗବାଡ଼ି ବ୍ଲକ ଅଧକ୍ଷା ରୁଦା ମଲିକ I ଘଟଣାର ନିରପେକ୍ଷ ତଦନ୍ତ ସହ ଶାନ୍ତି ଫେରାଇ ଆଣିବା ଏବଂ ଗିରଫଦାରୀ ଭୟରେ ଗ୍ରାମ ଛାଡି ଜଙ୍ଗଲରେ ରହୁ ଥିବା ଗ୍ରାମବାସୀଙ୍କୁ ଯଥାସମ୍ଭବ ଫେରାଇ ଆଣିବା ପାଇଁ ମଧ୍ୟ ପ୍ରଶାସନ ପାଖରେ ଦାବୀ କରିଛନ୍ତି ଅଧକ୍ଷା I ଅନ୍ୟ ପକ୍ଷରେ ମେରାମାହା ଗ୍ରାମବାସୀଙ୍କୁ ଘାରିଛି ପୁଲିସର ଗିରଫଦାରୀ ଭୟ I ଗିରଫଦାରୀ ଭୟରେ ଏବେ ଗ୍ରାମବାସୀ ଜଙ୍ଗଲରେ ଆଶ୍ରୟ ନେଉ ଥିବା ସୂଚନା ମିଳିଛି I ଗ୍ରାମ ଜନଶୂନ୍ୟ I ଘଟଣା ସତ୍ୟା ସତ୍ୟ ଜାଣିବା ପାଇଁ ଆମ ପ୍ରତିନିଧି ମେରାମାହା ଗ୍ରାମରେ ପହଞ୍ଚି ଥିଲେ I ମେରାମାହା ଗ୍ରାମରେ କିଛି ମହିଳା ଏବଂ ଶିଶୁ ଥିବାର ଦେଖିବାକୁ ମିଳି ଥିଲା I ପୁଲିସକୁ ଆକ୍ରମଣ କରିବା ଅଭିଯୋଗରେ ଭବାନୀ ବିଷୋୟୀ(ମହିଳା), ରଞ୍ଜିତା ବିଷୋୟୀ(ମହିଳା), ତିଳତ୍ତୋମା ବିଷୋୟୀ(ମହିଳା), କନ୍ଧୁଣି ବିଷୋୟୀ(ମହିଳା), ମହେଶ୍ୱର ବିଷୋୟୀ ଏବଂ ଦଶରଥ ବିଷୋୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରଛି ପୁଲିସ I ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ଗ୍ରାମର କେଶବ ବିଷୋୟୀ, ଶେଷଦେଵ ବିଷୋୟୀ, ଦଣ୍ଡପାଣି ପ୍ରଧାନ, କରୁଣା ବଡ଼ଦଳେଇ, ଶୁଭନାଥ ବଡ଼ଦଳେଇ, ବନବାସ ସାହୁ, ସୁବାଷ ବିଷୋୟୀ ପ୍ରମୁଖ ଦାବୀ କରିଛନ୍ତି I ଗ୍ରାମର ଜଣେ ଗର୍ଭବତୀ ମହିଳା ଗିରଫ ହୋଇ ଥିବାରୁ ତାଙ୍କର ଦୁଇ ଛୋଟ ଶିଶୁ ଭୋକ ଉପାସରେ ରହୁ ଥିବା ମହିଳାଙ୍କ ଶାଶୁ କହିବା ସହ ଜେଲରୁ ମୁକ୍ତ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି I ଚାରି ମହିଳା ଗିରଫ ହେବା ପରେ ତାଙ୍କର ପିଲା ଛୁଆ ବହୁ କଷ୍ଟରେ ରହୁ ଥିବା ଗ୍ରାମ ବାସୀ କହିଛନ୍ତି I ସୂଚନା ଥାଉକି ଗତ ୩୧ ତାରିଖ ରାତ୍ରିରେ ପ୍ରତିଦିନ ଭଳି ପୁଲିସ ପେଟ୍ରୋଲିଂ (Police Patrolling) କରିବା ପାଇଁ ହାତୀମୁଣ୍ଡା ଅଞ୍ଚଳକୁ ଯାଉଥିଲା I ଏହି ସମୟରେ ମେରାମାହା ଗ୍ରାମବାସୀ କୁମାର ପୂର୍ଣ୍ଣିମୀ (Kumar Purnima) ପାଇଁ ଭୋଜି ଭାତ କରିବା ସହ ଜଣେ ଝିଅ ବଡ କନିଆଁ ହୋଇଥିବାରୁ ଭୋଜି କରି ନାଚଗୀତରେ ମସଗୁଲ ରହିଥିଲେ I ହେଲେ ପୁଲିସ ଜୁଆ ଖେଳ ଚାଲିଥିବା ସନ୍ଦେହ କରି ସେଠାରେ ଅତର୍କିତ ଚଢାଉ କରି ହାତିମୁଣ୍ଡା ଅଞ୍ଚଳକୁ ଯାଇଥିଲା I ହାତିମୁଣ୍ଡା ଅଞ୍ଚଳରୁ ଫେରିବା ସମୟରେ ମେରାମାହା ଗ୍ରାମବାସୀ ପୁଲିସକୁ ଅଟକାଇ ଚଢ଼ାଉର କାରଣ ପଚାରି ଥିଲେ I ଏହି ସମୟରେ ପୁଣି ଉତ୍ତେଜନା ପ୍ରକାଶ ପାଇ ଥିଲା I ଏହି ସମୟରେ ଏପ୍ରକାର ଅପ୍ରୀତିକର ଘଟଣା ଘଟି ଥିବା ଗ୍ରାମବାସୀ କେଶବ ବିଷୋୟୀ ମତପ୍ରକାଶ କରିଛନ୍ତି I ଏଥିରେ ମହିଳା ଶିଶୁ ଓ ପୁରୁଷ ଆଘାତ ହୋଇଥିଲେ I ପୁଲିସର ଏଭଳି କାର୍ଯ୍ୟରେ ଅତିଷ୍ଠ ହୋଈ ମହିଳା ଓ ପୁରୁଷ ପୁଲିସ ଏବଂ ପୁଲିସ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଆକ୍ରମଣରେ ପୁଲିସ ଭୟରେ ଗାଡି ଛାଡି ପ୍ରାଣବିକଳରେ ଦୌଡି ପଳାଇ ଆସିଥିଲେ । ଏହି ଆକ୍ରମଣରେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ଗୁରୁତର ଆହତ ହୋଇଥିବା ବେଳେ ପୁଲିସ ଗାଡିର କାଚ ଭାଙ୍ଗିଯାଇଥିଲା I ରବିବାର ଭୋର ପୁଣି ପ୍ରାୟ ୪ଟା ସମୟରେ ପୁଣି ପୁଲିସ ଫୋର୍ସ ମେରାମାହା ଗ୍ରାମରେ ପହଞ୍ଚି ନିରୀହ ମହିଳା ପୁରୁଷଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ଗ୍ରାମର ୪ ମହିଳାଙ୍କ ସହ ୨ ପୁରୁଷଙ୍କୁ ଗିରଫ କରି ଆଣି ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରି ଥିବା ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି I ସେପଟେ ଭୋର ସକାଳୁ ପୋଲିସର ଏଭଳି ଅତର୍କିତ ଆକ୍ରମଣରେ ଗ୍ରାମର ଅନେକ ମହିଳା ପୁରୁଷ ଆହତ ହେବା ସହ ଭୟରେ ଗାଁ ଛାଡି ଜଙ୍ଗଲକୁ ପଳାଇ ଯାଇଥିଲେ I ଏହି ଘଟଣାରେ ବାଲିଗୁଡା ଏସଡିପିଓ (Baliguda SDPO) ମାନସ କୁମାର ବାରିକ ଏବଂ ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ଘଟଣାର ତଦନ୍ତ କରି ଥିଲେ I ପୁଲିସର ଏହି ପରି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ନିନ୍ଦା ମଧ୍ୟ କରାଯାଇଛି I ଏହି ଘଟଣାକୁ ନେଇ ଯଥା ଶୀଘ୍ର ପ୍ରଶାସନ ସହ ଆଲୋଚନା କରାଯିବ ବୋଲି ଅଧକ୍ଷା ସୂଚନା ଦେବା ସହ ଗ୍ରାମରେ ଥିବା ଭୟର ବାତାବରଣ ଦୁର କରିବା ସକାଶେ ମଧ୍ୟ ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି |