କରୋନା ଲଢେଇରେ ହାରିଗଲେ ଯୁବ ସାମ୍ବାଦିକ ପ୍ରବୀର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ସମଗ୍ର ବିଶ୍ୱରେ କରୋନା ଆତଙ୍କ ଜାରି ରହିଥିବା ବେଳେ ଓଡିଶା ଗଣମାଧ୍ୟମ ଜଗତ ପାଇଁ କରୋନା ଆଣିଦେଇଛି ଦୁଖଦ ଖବର । କାରନାରେ ଆଖି ବୁଜିଛନ୍ତି ଉଦୀୟମାନ ଯୁବ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନ । ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା | ଛାପା ଗଣମାଧ୍ୟମରେ ସଂକ୍ଷିପ୍ତ ସମୟର କାର୍ଯ୍ୟ ପରେ ଟେଲିଭିଜନ ସାମ୍ବାଦିକତାରେ ପ୍ରବେଶ କରିଥିବା ପ୍ରବୀର ନିଜ ଦକ୍ଷତା ପ୍ରତିପାଦିତ କରି ଜଣେ ଆଗଧାଡ଼ିର କ୍ରାଇମ ରିପୋର୍ଟର ଭାବେ ନାଁ ଅର୍ଜ୍ଜନ କରିଥିଲେ । କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିବା ବେଲେ ଆଜି ବି କୋଭିଡ ନେଇଯାଇଛି ପ୍ରବୀରଙ୍କୁ | ପ୍ରବୀର କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟରେ ଅବନତି ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଆଜି ସକାଳୁ ତାଙ୍କ ମୃତ୍ୟୁ ହୋଇଥିବା ଭଳି ଦୁଃଖଦ ଖବର ଆସିଛି । କୋଭିଡ ଯୁଦ୍ଧରେ ଓଡିଶା ସାମ୍ବାଦିକତା ଜଗତରେ ପ୍ରତିଭାବନ ସାମ୍ବାଦିକଙ୍କ ଶୂନ୍ୟତା ସୃଷ୍ଟି କରିଦେଇଗଲେ ପ୍ରବୀରଙ୍କ ଦେହାନ୍ତ  । ପ୍ରବୀରଙ୍କ  ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

0
0
0
s2sdefault