ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ପୋଲିସର ଅଚାନକ ଚଢ଼ାଉ ଯୋଗୁଁ ଆଜି ରାତ୍ରିରେ ରେଙ୍ଗାଲି ଥାନା ଅନ୍ତର୍ଗତ ସୀମାନ୍ତବର୍ତ୍ତୀ ଗ୍ରାମ କନକତୋରା ଗ୍ରାମରେ ଏକ ଜୁଆ ଆଡ୍ଡାରୁ ୧୯ ଜଣଙ୍କୁ ଧରିବାରେ ସଫଳତା ମିଳିଛି। ପୋଲିସ ସେମାନଙ୍କଠାରୁ ୬୦,୦୦୦ ଟଙ୍କା ନଗଦ, ୫ଟି ମୋଟର ସାଇକେଲ ଏବଂ ୧୯ଟି ମୋବାଇଲ ମଧ୍ୟ ଜବତ କରିଥିବାର ସୂଚନା ମିଳିଛି।
ଗିରଫ ବ୍ୟକ୍ତିମାନେ କନକତୋରା ଗ୍ରାମର ସଞ୍ଜୟ ମେହେର (୩୪) ପିତା:ସ୍ବର୍ଗତ ଦୁଃଖୁ ମେହେର, ଜୀବର୍ଦ୍ଧନ କଲିଆରୀ (୩୯) ପିତା:ବାବାଜୀ କଲିଆରୀ, ତପନ ମେହେର (୪୦) ପିତା:ବୁଧୁ ମେହେର, ସୁନୀଲ ମେହେର (୩୨) ପିତା: ଯୋଗେନ୍ଦ୍ର ମେହେର, ଗଜାନନ ଭୋଇ(୪୫) ପିତା: ସ୍ବର୍ଗତ ପ୍ରହଲ୍ଲାଦ ଭୋଇ, ବୁଦ୍ଧଦେବ ମେହେର (୨୮) ପିତା: ହାଡ଼ୁ ମେହେର, ଅନିଲ ମେହେର (୩୯),ପିତା:ଯୋଗେନ୍ଦ୍ର ମେହେର, ବିଜୟମେହେର(୩୨),ପିତା:ବୋଧରାମ ମେହେର, କହ୍ନେଇ ସାହୁ (୪୦),ପିତା:ସ୍ବର୍ଗତ ପୁରୁଷୋତ୍ତମ ସାହୁ, ପିଣ୍ଟୁ ମେହେର (୨୭), ପିତା:ନେହେରୁ ମେହେର, ପଦ୍ମଲୋଚନ ମେହେର(୪୫), ପିତା:ମଧୁସୂଦନ ମେହେର, ବିଦ୍ୟାଧର ନାଏକ (୨୨) ପିତା:ଗୋପୀ ନାଏକ,ମନୋଜ ମେହେର (୨୩) ପିତା: ରାଜାରାମ ମେହେର, ଉମେଶ ଗିରି(୩୨) ପିତା:ସ୍ବର୍ଗତ ସଦାନନ୍ଦ ଗିରି, ଚନ୍ଦ୍ର ଶେଖର ମେହେର (୪୮) ପିତା: ମଧୁସୂଦନ ମେହେର, ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ଚକ୍ରଧରନଗରର ମହାପାଲି ଗ୍ରାମର ସତୀଶ ଗୁପ୍ତା (୩୪) ପିତା: ରମେଶ ଗୁପ୍ତା ଓ ଅୱଧେଶ ଖାଡ଼ିଆ (୨୭) ପିତା: ନରେଶ ଖାଡ଼ିଆ ତଥା ରାୟଗଡ଼ ଜିଲ୍ଲାର କୋଟୱାଲି ଥାନା ଅନ୍ତର୍ଗତ ବଡ଼ମାଲ ଗ୍ରାମର ତୁକେଶ୍ବର ନିଷାଦ (୩୦) ପିତା: ତିହାରୁ ନିଷାଦ, ବଲଦେବ ଯାଦବ (୨୬) ପିତା:ସୁରେଶ ଯାଦବ।
ଏହି ଧରପଗଡ଼ ଅଭିଯାନ ଝାରସୁଗୁଡ଼ା ଏସ ପି ରାହୁଲ ପି ଆରଙ୍କ ନିର୍ଦ୍ଦେଶରେ ରେଙ୍ଗାଲି ପୋଲିସଙ୍କ ଦ୍ବାରା କରାଯାଇଥିଲା।