ବରଗଡ :- ବରଗଡ଼ ସଦର ଥାନା ଅନ୍ତର୍ଗତ ଚଳରକେନ୍ଦ ସ୍ଥିତ ବାନପ୍ରସ୍ଥ ଜରାନିବାସରେ ଆଶ୍ରୟ ନେଇଥିଲେ ଭଟଲି ବ୍ଳକ ଉର୍ଦୁନା ଗାଁର ନିର୍ମଳ ବିଶି ଏବଂ ତାଙ୍କର ପତ୍ନୀ ସୁନାଫୁଲ । ସେମାନେ ଗତ ୧୫ ତାରିଖରେ ତାଙ୍କର ଜଣେ ସଂପର୍କୀୟଙ୍କ ଘରେ କିଛିଦିନ ରହିବା ପରେ ୨୬ ତାରିଖ ଦିନ ଆଶ୍ରମକୁ ଫେରୁଥିଲେ । ଚକରକେନ୍ଦ ଛକରୁ ସୁନାଫୁଲ ଆଶ୍ରମକୁ ଯାଇଥିବାବେଳେ ତାଙ୍କ ସ୍ୱାମୀ ନିକଟସ୍ଥ ମୁଡ଼ାକୁ(ବନ୍ଧ ବା ପୋଖରୀ)କୁ ଗାଧୋଇବାକୁ ଯାଇଥିଲେ । ମାତ୍ର ସେଠାରୁ ସେ ଫେରି ନଥିଲେ । ଦୁଇଦିନ ଧରି ତାଙ୍କୁ ଖୋଜିବା ପରେ ତାଙ୍କର କୌଣସି ପତ୍ତା ମିଳୁନାହିଁ । ଏସଂପର୍କରେ ଆଶ୍ରମ କର୍ତ୍ତୃପକ୍ଷ ବରଗଡ଼ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କୌଣସି ସହୃଦୟ ବ୍ୟକ୍ତି ନିର୍ମଳ ବିଶିଙ୍କ ସୂଚନା ପାଇଲେ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ଜଚ୍ଚାଇବାକୁ ଅନୁରୋଧ କରାଯାଇଛି ।