ମମତାର ମୂଲ ୧୫ ହଜାର ଟଙ୍କା !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁରରୁ ରମାକାନ୍ତ ବିଶ୍ୱାଳ ଓ ରେଢ଼ାଖୋଲ୍‌ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ :  କୁହାଯାଏ ମମତା ଆଉ ମାତୃତ୍ୱର ଅନୁଭବ ଅମୂଲ ମୂଲ | ହେଲେ ଆଜି ମମତା ଆଉ ମାତୃତ୍ଵ କାହିଁକି କେଜାଣି ନିଲାମ ହୋଇଯାଉଛି | ମା ତାର ଛୁଆକୁ ଆଉ କାହା ହାତରେ ଟେକିଦେଉଛି | କାରଣ ଯାହା ବି ହେଉ, ଏଭଳି ଘଟଣା ନଜରକୁ ଆସୁଛି |  ଆଜି ସେଭଳି ଏକ ଅଘଟଣର ଖବର ଆସିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ୍‌ ଉପଖଣ୍ଡ |  ୧୫ ହଜାର ଟଙ୍କାରେ ମାସେ ୭ଦିନର ଶିଶୁକନ୍ୟାକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ସମ୍ୱଲପୁର ଜିଲ୍ଲା ଚାରମାଲ ଥାନା କେଉଟିବାହଳି ଗାଁରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ଚାଇଲଡ୍‌ ଲାଇନ୍‌ ଓ ପୁଲିସ ମିଳିତ ଭାବେ ଚଢ଼ଉ କରି ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି।

ଏକମାସ   ୭ଦିନର ଶିଶୁ କନ୍ୟାକୁ  ଆର୍ଥିକ ଅନାଟନ ଯୋଗୁ ମା ବାପା ବିକ୍ରୀ କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି  । ଚାରମାଳ ଥାନା କେଉଁଟି ବହାଲୀ ଗାଁ ର ଦମ୍ପତି ଶିଶୁକନ୍ୟାକୁ ୧୫ ହଜାର ଟଙ୍କାରେ ରେଢ଼ାଖୋଲର କୁଶାବହାଲୀ ଗାଁରେ ବିକ୍ରି କରିଛନ୍ତି । ଚାରମାଳ  ଶିଶୁ ବିକ୍ରି ର ଖବର ପାଇଁ  child line  ଥାନାରେ ଅଭିଯୋଗ କରିବା ପରେ  ଶିଶୁକନ୍ୟାକୁ ଉଦ୍ଧାର କରିଛି ପୋଲିସ  । 

ଗତକାଲି ବିଳମ୍ୱିତ ରାତିରେ ପୁଲିସ ଓ ଚାଇଲଡ୍‌ଲାଇନ୍‌ କର୍ମକର୍ତ୍ତାମାନେ କୁଷାପାଲି ଗାଁକୁ ଯାଇଥିଲେ। ଆଜି ସକାଳେ ଶିଶୁକନ୍ୟାକୁ ଉଦ୍ଧାର କରି ରେଢାଖୋଲ ମେଡିକାଲରେ ତାର ପ୍ରାଥମିକ ଚିକିତ୍ସା କରାଯିବା ପରେ ଶିଶୁକନ୍ୟାକୁ ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ରଖାଯାଇଛି ।  ଅନ୍ୟ ପଟେ କନ୍ୟାଶିଶୁ ନେଇଥିବା  ଦମ୍ପତି ତାଙ୍କର କୌଣସି ସନ୍ତାନ ନଥିବାରୁ ଶିଶୁକୁ ପୋଷ୍ୟ ନେଇଛନ୍ତି ।  ସେଥିପାଇଁ ରେଢାଖୋଲ ଆବଶ୍ୟକୀୟ ଆପିଡେବିଟ ମଧ୍ୟ କରାଯାଇଥିବା  କହିଛନ୍ତି ଦମ୍ପତି।  ତେବେ ଶିଶୁ ବିକ୍ରି ଘଟଣାର  ସମଗ୍ର  ଦିଗ ନେଇ ଉଭୟ ରେଢ଼ାଖୋଲ ଓ ଚାରମାଳ ପୋଲିସ ଅଧିକ ତଦନ୍ତ ଚଲାଈଥିବା ଜଣାପଡିଛି ।

0
0
0
s2sdefault