ରାଜାଙ୍କ ପ୍ରଶ୍ନର ପାଲଟା ଜବାବ ଦେଲେ ସମୀର : ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ପ୍ରଶ୍ନ କେବଳ ଚାଟୁକାରିତା ପାଇଁ ଉଦ୍ଦିଷ୍ଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାଢେ ଚାରିକୋଟି ଓଡ଼ିଆଙ୍କୁ ଆୟୁଷ୍ମାନ ଯୋଜନାରୁ ବଂଚିତ କାହିଁକି ରଖାଯାଇଛି ପ୍ରଥମେ ସ୍ପଷ୍ଟ କରନ୍ତୁ 

" ତାଙ୍କୁ ମନ୍ତ୍ରୀ କରାଇଥିବା ଲୋକଙ୍କୁ ଖୁସି କରାଇବାକୁ ଶ୍ରୀ ସ୍ଵାଇଁଙ୍କର ଏହା କେବଳ ଚାଟୁକାରିତାପୁର୍ଣ ମନ୍ତବ୍ୟ" 

ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ଟିକାକୁ ନେଇ ରାଜ୍ୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଦେଇଥିବା ମନ୍ତବ୍ୟ କେବଳ ଚାଟୁକାରିତା ଛଡ଼ା ଆଉ କିଛି ନୁହେଁ | ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭୁଶୁଡି ଯାଇଥିବା ରାଜ୍ୟବାସୀ ଉନ୍ନତ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେବ ସହ ଅକଥନୀୟ ଯନ୍ତ୍ରଣା ଭୋଗ କରୁଛନ୍ତି | ରାଜ୍ୟ ସରକାରଙ୍କ ପାରିବାରପଣିଆ ପ୍ରତ୍ୟେକ ଦିନ ଗମମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଶିରୋନାମା ପାଲଟୁଛି | ତେଣୁ ଏଭଳି ପରିସ୍ଥିତିରେ ମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କ ମୁହଁରେ ଏ ପ୍ରଶ୍ନ ଆଦୌ ଶୋଭା ପାଉନି | ଏଭଳି ବଚସ୍କରତାପୁର୍ଣ ବିଭ୍ରାନ୍ତିକର ପ୍ରଶ୍ନ ପଚାରି କେବଳ  ଯାହା ଦୟାରେ ସେ ମନ୍ତ୍ରୀ ହୋଇଛନ୍ତି ତାଙ୍କୁ ଖୁସି କରାଇବା ପାଇଁ ଶ୍ରୀ ସ୍ୱାଇଁ  ଉଦ୍ୟମ କରିଛନ୍ତି ବୋଲି ରାଜାଙ୍କ  ପ୍ରଶ୍ନର ପାଲଟା ଜବାବ ଦେଇ କହିଛନ୍ତି ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି |  

ଶ୍ରୀ ମହାନ୍ତି କହିଛନ୍ତି ଯେ, ମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କ ସମସ୍ତ ପ୍ରଶ୍ନର ଉତ୍ତର କେନ୍ଦ୍ରମନ୍ତ୍ରୀ ଦେବାପାଇଁ ପ୍ରସ୍ତୁତ | ହେଲେ ସେମାନନ୍କ ଉତ୍ତର ପୂର୍ବରୁ ପ୍ରଥମେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବା ସରକାର ସ୍ପଷ୍ଟ ରାଜ୍ୟବାସୀଙ୍କ ମନରେ ବହୁ ଦିନ ଧରି ଉଙ୍କି ମାରୁଥିବା ତଥା ଆମେ ୨୦୧୯ ନିର୍ବାଚନ ଠାରୁ ପଚାରି ଆସୁଥିବା ଗୋଟିଏ ପ୍ରଶ୍ନର ଉତ୍ତର ଦିଅନ୍ତୁ |  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାହାତ୍ତ୍ୱାକାଂକ୍ଷୀ ସ୍ୱାସ୍ଥ୍ୟ ଯୋଜନା "ଆୟୁଷ୍ମାନ"କୁ ରାଜ୍ୟରେ କାର୍ଯ୍ୟକାରୀ ନକରି ଓଡ଼ିଶାର ସାଢେ ଚାରିକୋଟି ଜନସାଧାରଣଙ୍କୁ ଉନ୍ନତ  ସ୍ୱାସ୍ଥ୍ୟ ସେବାରୁ ରାଜ୍ୟ ସରକାର କାହିଁକି ବଂଚିତ  ରଖିଛନ୍ତି | ବିଜେପି ବିଧାୟକ ଡ଼ ମୁକେଶ ମହାଲିଙ୍ଗଙ୍କ ଏକ ପ୍ରଶ୍ନର ଉତ୍ତରରେ ଖୋଦ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଉତ୍ତର ଦେଇଛନ୍ତି ଯେ "କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରାଗଲେ ରାଜ୍ୟ ରାଜକୋଷ ଉପରେ ଅତିରିକ୍ତ କୌଣସି ବୋଝ ପଡିବ ନାହିଁ |" ଯଦି ସରକାରଙ୍କୁ ଟଙ୍କାଟିଏ ବୁ ବୋଝ ପଡ଼ିବନି ତେବେ କାହିଁକି ଓଡ଼ିଆଙ୍କୁ ଆୟୁଷ୍ମାନରୁ ବଂଚିତ ରଖାଯାଇଛି ତାହାର ଅସଲ ଉଦ୍ଦେଶ୍ୟ ମନ୍ତ୍ରୀ ବା ତାଙ୍କ ସରକାର ପ୍ରଥମେ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାନ୍ତି ଆହ୍ବାନ ଦେଉଛନ୍ତି | 

ସୂଚନାଯୋଗ୍ୟ ହେ ଆଜି ସକାଳେ ରାଜ୍ୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ମାଧ୍ୟମରେ ଉଲ୍ଲେଖ କରିଥିଲେ ଯେ " କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ୨ ଓଡ଼ିଆ ମନ୍ତ୍ରୀଙ୍କୁ ବାଲେଶ୍ୱର ମାଟିରୁ ମୋର ପ୍ରଶ୍ନ ଯେ ଯଦି ବିହାରକୁ ମାଗଣାରେ କରୋନା ଟୀକା ଦେବାକୁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇପାରୁଛନ୍ତି ତେବେ ଓଡ଼ିଶାର ଲୋକଙ୍କୁ ମାଗଣା ଟୀକା ପ୍ରଦାନ କରିବା ପାଇଁ କଥା ଦେବାକୁ ପଛଘୁଞ୍ଚା କାହିଁକି ?"  

0
0
0
s2sdefault