ଗରିବକୁ ଘର ପାଇଁ ଜମି ଦେଇ ପାରୁନାହାନ୍ତି ସରକାର, କମ୍ପାନୀକୁ ପ୍ରଦୂଷଣ ପାଇଁ ଦିଆଯାଉଛି ଏକର ଏକର ଜମି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମନ୍ତ୍ରୀଙ୍କ ପୁଅଙ୍କୁ ଜମି ଲିଜ୍ ଦେବା ମାମଲା,ପ୍ରତିକ୍ରିୟା ଦେଲେ ବିଜେପି ରାଜ୍ୟ ସଂପାଦକ। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ପୁଅଙ୍କ କମ୍ପାନୀକୁ ଇଡକୋର ଜମି ଲିଜ୍ ଦେବା ମାମଲା ବର୍ତ୍ତମାନ ରାଜନୈତିକ ବାତାବରଣକୁ ସରଗରମ କରିଛି। ଏହି ବିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ।  ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ପୁତ୍ର ବିଶାଲ କୁମାର ଦାସଙ୍କ ମହାନଦୀ ୱେଷ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ପଞ୍ଚାୟତର ସୋଡ଼ାମାଲ ଗ୍ରାମର ୮ ଏକର ଜମିକୁ ଇଡକୋ ଦ୍ବାରା ଲିଜରେ ଦିଆଯିବା ଘଟଣାର ତୀବ୍ର ବିରୋଧ କରିଛନ୍ତି ରାଜ୍ୟ ବିଜେପି ସଂପାଦକ ଟଙ୍କଧର ତ୍ରିପାଠୀ। ଇଡକୋ ଦ୍ବାରା ଶାଗମାଛ ମୂଲ୍ୟରେ ଏହି ଜମିକୁ ଟେକି ଦେବା ଆଦୌ ଉଚିତ ହୋଇ ନାହିଁ ବୋଲି ସେ କହିଛନ୍ତି। ଯଦିବା ଜମିକୁ ଲିଜରେ ନ ଦେବା ପାଇଁ ତତ୍କାଳୀନ ବିଧାୟକ ଥିବା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଗାଁ କମିଟି ପ୍ରସ୍ତାବ ଗୃହିତ କରିଥିଲେ, ଏବଂ ନିଜେ ବିଶାଲ ଦାସ ତାଙ୍କ ଲିଜ ଆବେଦନକୁ ବାତିଲ କରିବା ପାଇଁ ପୁନ୍ଃଆବେଦନ କରିଥିଲେ, ସେତେବେଳେ ନିର୍ବାଚନ ସରିବା ପରେ ହଠାତ୍ ବିଶାଲଙ୍କୁ ପୁଣି ଥରେ ଲିଜରେ ଜମି ଦେବା କଥାକୁ ସେ ନିନ୍ଦା କରିଛନ୍ତି। ଯେତେବେଳେ ରାଜ୍ୟରେ ଅନେକ ଭୂମିହୀନ ପରିବାରଙ୍କୁ ଜମି ଟିକିଏ ଓ ଗୃହହୀନ ଲୋକଙ୍କୁ ଘରଟିଏ ସରକାର ଯୋଗାଇ ଦେଇ ପାରୁ ନାହାଁନ୍ତି, ସେ ସମୟରେ ଯେଉଁ କମ୍ପାନୀ କେବଳ ପ୍ରଦୂଷଣ ପାଇଁ ଜମି ଅଧିଗ୍ରହଣ କରିବାକୁ ଚାହୁଁଛି, ତାକୁ ଏକର ଏକର ଜମି ଟେକିଦେବା ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଯେଉଁ ପ୍ରଶାସନିକ ଅଧିକାରୀ ଏହି କାରବାରେ ଲିପ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

0
0
0
s2sdefault