ରାସ୍ତା କଡରେ ଅଜଣା ଅସହାୟ ବୃଦ୍ଧାଙ୍କ ମୃତ ଦେହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼ /ହୋରାଚାନ୍ଦ ଦେଉରିଆ:- ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ରସରାଜ ପୁର ଅଞ୍ଚଳ ଦେଇ ଯାଇଥିବା ଏସଏଚ:-୧୦ ରାସ୍ତା କଡରେ ଜଣେ ବୃଦ୍ଧା ଆଜି ସକାଳେ ମୃତ୍ୟୁ ବରଣ କରି ପଡିରହିଥିବା କିଛି ବ୍ୟକ୍ତି ଦେଖିଥିଲେ ଏବଂ ଘଟଣା ସମ୍ପର୍କରେ ସୁନ୍ଦରଗଡ଼ ସଦର ଥାନାକୁ ଫୋନ ଯୋଗେ ଜଣାଇଥିଲେ | ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରି ମୃତ ଦେହକୁ ଆମୁଲାନ୍ସ ସାହାଯ୍ୟ ରେ ମୁଖ୍ୟ ଡାକ୍ତର ଖାନା କୁ ପଠେଇ ଥିଲେ | ପ୍ରାପ୍ତ ସୂଚନା ରୁ ଯାହା ଜଣାପଡିଛି ବୃଦ୍ଧା ମହିଳା ଜଣଙ୍କ ଭିକ୍ଷା ମାଗି ସେହି ଅଞ୍ଚଳରେ ରହି ଚଳୁ ଆସୁଥିଲେ ଯିଏ ଯାହା ଗାଣ୍ଡିଏ ଦେଲେ ଖାଇ ବଞ୍ଚୁଥିଲେ | ସଦର ଥାନା ଅଧିକାରୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମୁହାଣଙ୍କ ସୂଚନା ଅନୁଯାୟୀ ଖାଦ୍ୟପେୟ  ନପାଇ କିମ୍ବା  ଶୀତ କାରଣ ଯୋଗେ ହୁଏତ ବୃଦ୍ଧା ଜଣକ ମୃତ୍ୟୁ ହୋଇଥିବା ସନ୍ଦେହ ହେଉଛି  | ସୁନ୍ଦରଗଡ଼ ସଦର  ଥାନା UD Case No 36 DTD 22/10/20 ରେ କେସ ପଞ୍ଜିକରଣ କରାଯାଇଅଛି ଏବଂ ମୃତ ବୃଦ୍ଧାଙ୍କ ପରିଚୟ ମିଳି ପାରିନଥିବା ଯୋଗୁଁ ତାଙ୍କର ମୃତ ଦେହକୁ ମର୍ଗହାଉସ ରେ ରଖାଯାଇଛି ବୋଲି କହିଛନ୍ତି |

0
0
0
s2sdefault