ହେଡଲାଇନସ୍:

"ପଚାଶ ହଜାର ଦିଅ ନହେଲେ ମାରିଦେବୁ - ଲାଲ ସଲାମ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଧରାପଡି ଜେଲ ଗଲେ ନକଲି ମାଓବାଦୀ

ବରଗଡ଼ :- ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ଅନେକ ଅଞ୍ଚଳ ମାଓ ପ୍ରବଣ । ମଝି ମଝିରେ ବିଭିନ୍ନ ସ୍ଥାନରେ ମାଓବାଦୀ ମାନଙ୍କର ଉପସ୍ଥିତ ଥିବାର ଖବର ଶୁଣିବାକୁ ମିଳେ । ମାଓ ଦମନ ପାଇଁ ସରକାର ଙ୍କର ତରଫରୁ ପଦ୍ମପୁର ଉପଖଣ୍ଡ ରେ ଅନେକ ସ୍ଥାନରେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ ଅଛନ୍ତି । ଅଞ୍ଚଳର କିଛି ଅପରାଧିକ ପ୍ରବୃତ୍ତିର ଲୋକ ସ୍ବତନ୍ତ କିଛି ଲୋକଙ୍କୁ ବିଭିନ୍ନ ସମୟରେ ମାଓବାଦୀ ନାମ ନେଇ ଡରେଇବା ସହିତ ସେମାନଙ୍କୁ ଲୁଟିବାର ଉଦ୍ୟମ କରୁଛନ୍ତି । ଏହି ଭଳି ଏକ ଘଟଣାର ପର୍ଦାଫାସ କରିବାରେ ସଫଳ ହୋଇଛି ଜଗଦଲପୁର ପୋଲିସ । 

      ସୂଚନା ମୁତାବକ ଗତ ତେର ତାରିଖ ଦିନ ଲଉଡିଦର୍ହା ପେକ୍ସ ର ସମ୍ପାଦକ ରାଧେଶ୍ୟାମ ଖର୍ସେଲ ଙ୍କର ଫୋନ ରେ ଏକ ମେସେଜ ଆସିଥିଲା । ମେସେଜ ରେ ଲେଖା ରହିଥିଲା ଯେ ଲାଲ ସଲାମ , ଆମକୁ ପଚାଶ ହଜାର ଟଙ୍କା ଦିଅ ନଚେତ ମାରିଦେବୁ । ଏହି ମେସେଜ ପଢିବା ପରେ ଭୟଭୀତ ହୋଇ ପଡ଼ିଥିଲେ ରାଧେଶ୍ୟାମ । ଭୟଭୀତ ହୋଇ କାହାକୁ କିଛି ନକହି ସେ ଚୁପ ରହିଯାଇଥିଲେ । ଦୁଇଦିନ ପରେ ସେ ଜଗଦଲପୁର ଥାନା ଅଧିକାରୀ ଶ୍ରୀମତୀ ଏଲ ଏଲ ବାର୍ଲାଙ୍କୁ ଭେଟି ଏହି ଘଟଣା ବାବଦରେ କହିଥିଲେ । ରାଧେଶ୍ୟାମ ଙ୍କର ଠାରୁ ସବୁ ଶୁଣିବା ପରେ ଥାନା ଅଧିକାରୀ ଖୋଲତାଡ଼ ଆରମ୍ଭ କରିଦେଇଥିଲେ । ପଦ୍ମପୁର SDPO ଶ୍ରୀ ପ୍ରଦୀପ ସାହୁ ଙ୍କର ପ୍ରତକ୍ଷ ତତ୍ୱବଧାନ ରେ ଓ ସାଇବର ସେଲର ସହଯୋଗ ରେ ଜଗଦଲପୁର ପୋଲିସ ଅନେକ କଷ୍ଟ ରେ ଅପରାଧୀ ମାନଙ୍କୁ ଆଜି ଧରିବାରେ ସଫଳ ହୋଇଛି । ମାଓବାଦୀ ନାମରେ ରାଧେଶ୍ୟାମ ଙ୍କୁ ମେସେଜ କରିଥିବା ଏହି ଅଭିଯୁକ୍ତ ମାନେ ହେଲେ ଜଗଦଲପୁର ଥାନା ଅନ୍ତର୍ଗତ ଜଟେସିରା ଗ୍ରାମର ସାନନ୍ଦ ସାହୁ (୨୫) ପିତା ଜୟନ୍ତ ସାହୁ  ଜଟେସିରା ଗ୍ରାମର ଅନ୍ୟ ଜଣେ ଦିପେଶ ପ୍ରଧାନ(୨୦) ପିତା ଫିର୍ତୁ ପ୍ରଧାନ ଓ ଅନ୍ୟଜଣେ ଜାମପାଳି ଗ୍ରାମର ଅକ୍ଷ ବାଗ (୨୫) ପିତା ଯୁବକ ବାଗ ବୋଲି ଜଣା ପଡ଼ିଛି । ଜଗଦଲପୁର ପୋଲିସ ଥାନାରେ କେଶ ନମ୍ବର ୧୩୮/୨୦ ଧାରା ୩୮୭/୫୦୬/୫୦୭/୧୦୯ipc ୬୬ C&D IT ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

0
0
0
s2sdefault