ହେଡଲାଇନସ୍:

ଯୁଯୋମୁରା : ଯୁବକଙ୍କୁ ଗଳା କାଟି ହତ୍ୟା ଅଭିଯୋଗରେ ୧୨ଜଣ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାର‌ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହେବା ଘଟଣାରେ ଯୁବକଙ୍କୁ ଗଳା କାଟି ହତ୍ୟା ଅଭିଯୋଗରେ ପୁଲିସ ୧୨ ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାମେଶ୍ବର ଭୋଇ (୩୦), ବିମଳେଶ୍ବର ଭୋଇ ଓରଫ ପିଣ୍ଟୁ (୨୫), ରାଜେନ୍ଦ୍ର ପୋଢ଼ ଓରଫ ରାଜୁ (୪୨), ଧନୁ ନାୟକ (୪୦), ମହେନ୍ଦ୍ର ଘୁସି (୫୦), ଅଭିମନ୍ୟୁ ମାକଡ଼ ଓରଫ ମଣ୍ଟୁ (୨୮), ଚିତ୍ତରଂଜନ ପୋଢ଼ (୩୪), ସରୋଜ ଭୋଇ (୩୦), ପ୍ରକାଶ ନାୟକ ଓରଫ ବେଡ଼ା (୨୯), ଦୁର୍ଯୋଧନ ଗୁରୁ ଓରଫ ଢେକଲୁ (୪୫), ଅଶୋକ ଢିଲା (୩୨), ଗୁରୁ ବନଛୋର (୫୨)। ମୃତ ନୀଳାମ୍ବର ବେସନଚୋର (୨୪)ଙ୍କ ସାନ ଭାଇ ବିଶ୍ୱେଶର ବେସନଚୋରଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି l ଯୁଯୋମୁରା ଥାନା ବାନ୍ଦେର ସଂରକ୍ଷିତ ଜଙ୍ଗଲର କବାଟ ଦୁଆର ଅଞ୍ଚଳରୁ ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଧଧୋଲୋମୁଣ୍ଡା ଗ୍ରାମରଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର କରା ଯାଇଥିଲା। ଜଙ୍ଗଲରେ ଶିକାର ଉଦ୍ଦେଶ୍ୟରେ ବିଛା ଯାଇଥିବା ବେଆଇନ୍‌ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ପରେ ଅପରାଧ ଲୁଚାଇବାକୁ ଯାଇ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ର’ରେ ତାଙ୍କ ଗଳାକାଟି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣରେ ପୁଲିସ ଶୁକ୍ରବାର ରାତିରେ ସନ୍ଦେହରେ ବ୍ରାହ୍ମଣୀପାଲିର ଏକାଧିକ ଯୁବକଙ୍କୁ ଉଠାଇ ପଚରଉଚରା କରୁଥିଲା। ତେବେ ଏଥିରେ ୧୨ ଜଣ ସଂପୃକ୍ତ ଥିବାରୁ ସେମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ବେଳେ ଆଉ ଜଣେ ଫେରାର ଥିବା ପୋଲିସ ସୂତ୍ରରୁ ପ୍ରକାଶ  l  ଯୁଯୁମୁରା ପୁଲିସ୍‌ ଏହି ଘଟଣାରେ ଧାରା ୩୦୨/୨୦୧/୩୪ ଆଇପିସିରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି

0
0
0
s2sdefault