ହେଡଲାଇନସ୍:

ପାଇକମାଲ ରାଜସ୍ବ ନିରୀକ୍ଷକଙ୍କର ଅକାଳ ବିୟୋଗ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ସମବେଦନା ଜଣାଇଲେ ଉପଜିଲ୍ଲାପାଳ, ତହସିଲଦାର ,ଓ ଅନ୍ୟାନ୍ୟ ଅଧିକାରୀ

ବରଗଡ଼ :- ସକାଳୁ ଏକ ଦୁଃଖଦ ଖବର ସମସ୍ତ ଅଞ୍ଚଳବାସୀ ଙ୍କୁ ଚକିତ ଓ ଦୁଃଖିତ କରିଦେଇଛି । ଆଜି ସକାଳୁ ପାଇକମାଲ ରାଜସ୍ବ ନିରୀକ୍ଷକ ଶ୍ରୀ ଶଶୀଭୂଷଣ ସାହୁ ଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଖେଳି ଯାଇଛି ଶୋକର ଛାୟା । ଜଣେ ଯୁବ କର୍ମଠ ତଥା ହୃଦୟବାନ ଅଧିକାରୀ ଭାବରେ ସେ ପାଇକମାଲ ଅଂଚଳରେ ବେଶ ପରିଚିତ । ରାଜସ୍ୱ ଅଫିସ କୁ ଆସୁଥିବା ପ୍ରତ୍ୟେକ ଲୋକ ଓ ବିଭାଗୀୟ ଅଧିକାରୀ ମାନଙ୍କର ସେ ଥିଲେ ଜଣେ ବିଶ୍ୱସ୍ତ ଅଧିକାରୀ । ଆଜି ହଟାତ  ତାଙ୍କର ଦେହ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ତାଙ୍କର ମୃତଦେହ କୁ ତାଙ୍କର ପୈତୃକ ଗ୍ରାମ ବରପାଲି କୁ ନିଆ ଯାଇଛି । 

     ଶ୍ରୀ ସାହୁ ଜଣେ ସଛୋଟ ତଥା କର୍ମଠ ଅଧିକାରୀ ଥିଲେ । ଭଗବାନ ତାଙ୍କର ଆତ୍ମା କୁ ସଦଗତି ପ୍ରଦାନ କରନ୍ତୁ ବୋଲି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ କହିଛନ୍ତି । ଶ୍ରୀ ସାହୁ ଙ୍କର ମୃତ୍ୟୁ ଖବର ପାଇ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ତଥା ତଥା ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ ରଣା  ପାଇକମାଲ ନାଗରିକ କମିଟିର ସଭାପତି ଶ୍ରୀ ମନୋଜ କୁମାର ତ୍ରିବେଦୀ , ସମ୍ପାଦକ ଶ୍ରୀ ନୀଳମଣି ପଣ୍ଡା , ଉପସଭାପତି ଶ୍ରୀ ସୁଶାନ୍ତ ନାଗ , ବରିଷ୍ଠ ସାମ୍ବାଦିକ ବଡ ସଥପଥି , ସାମ୍ବାଦିକ ଶ୍ରୀ ସୁରଥ କୁମାର ସାହୁ , ସାମ୍ବାଦିକ ଶ୍ରୀ ଗୋୖରଙ୍ଗ ଚରଣ ଦାସ , ପାଇକମାଲ BDO ଶ୍ରୀ ସୁରେନ୍ଦ୍ର ମେହେର , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ତଥା ତହସିଲ ଅଫିସର ବିଭିନ୍ନ ରାଜସ୍ବ ଅଫିସର ସମସ୍ତ କର୍ମଚାରୀ ମାନେ ମଧ୍ୟ ଗଭୀର ଶୋକ ପ୍ରକଟ କରିଛନ୍ତି ।

0
0
0
s2sdefault