ହେଡଲାଇନସ୍:

ବରଗଛ ଡାଳ ପଡ଼ି କରୋନା ଯୋଦ୍ଧାଙ୍କ ମୃତ୍ୟୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )--ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମ୍ୟୁନିସିପାଲଟିର କରୋନା ଯୋଦ୍ଧା ତଥା  ସଫେଇ କର୍ମଚାରୀ କୁନା ବେହେରା (୩୦)ପ୍ରତ୍ୟେକ ଦିନ ଭଳି ଆଜି ପୌରପରିଷଦରେ  ସଫେଇ କରୁଥିବା ବେଳେ ତାଙ୍କ ମୁଣ୍ଡ ଉପରେ ଏକ ବରଗଛର ଡାଳ ଭାଙ୍ଗି ପଡ଼ିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ କୁନା ବେହେରାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ରାଇରଙ୍ଗପୁର ହସ୍ପିଟାଲକୁ ନିଆଯାଇଥିଲା ;  ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଆଗକୁ ପାର୍ବଣ ଋତୁ । ରାଇରଙ୍ଗପୁର ପୌରାଞ୍ଚଳ ତରଫରୁ ପୌର ପରିଷଦ ପାରିପାର୍ଶିକ ପରିବେଶକୁ ପରିଷ୍କାର ପରିଛନ୍ନ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଆଜି ପୂର୍ବାହ୍ନରେ ରାଇରଙ୍ଗପୁର ମ୍ୟୁନିସିପାଲଟିର ସଫେଇ କର୍ମଚାରୀ କୁନା ପୁରାଣାଘାଟିଠାରେ ସଫେଇ କରୁଥିବା ବେଳେ ନିକଟରେ ଥିବା ବରଗଛ ଡାଳ ଭାଙ୍ଗି ତାଙ୍କ ଉପରେ ପଡ଼ିଥିଲା ବୋଲି ମୃତକଙ୍କ ସ୍ତ୍ରୀ ପକ୍ଷରୁ  ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ପକ୍ଷରୁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ଓ  ଶବକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇ ଦିଆଯାଇଛି । କୁନାର ମୃତ୍ୟୁ ଖବର ସଫେଇ କର୍ମଚାରୀମାନଙ୍କ ମଧ୍ୟରେ ଶୋକରେ ଛାୟା ଖେଳିଯାଇଛି ଯାଇଥିଲା । ପୌର ପ୍ରଶାସନ ଡାକ୍ତରଖାନାରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

0
0
0
s2sdefault