ଦୁଇଦିନରେ ଚାରୋଟି ଗ୍ରାମରୁ ୧୨୦୦ ଲିଟର ଚୋରାମଦ ଏବଂ ୧୫ କୁଇଣ୍ଟାଲ ମହୁଲଫୁଲ ଜବତ
ସୁନ୍ଦରଗଡ଼/ହୋରଚାନ୍ଦ ଦେଉରିଆ :- ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଛି ଚୋରା ମଦ କାରବାର | ରାଜ୍ୟ ସରକାରଙ୍କ ଆଦେଶ କ୍ରମେ ଜିଲ୍ଲାର କୋଣ ଅନୁକୋଣରେ ପୋଲିସ ଏବଂ ଅବକାରୀ ବିଭାଗ ଦ୍ଵାରା ହେଉଛି ମିଳିତ ଚଢ଼ାଉ | ବିଗତ ଦୁଇଦିନ ଧରି ଏଜୁକେଟିବ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ଘନଶ୍ୟାମ ମୁଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏବଂ ସୁନ୍ଦରଗଡ଼ ସଦର ଏସ୍ଡିପିଓ ମଧୁସିକ୍ତା ମିଶ୍ରଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ସଦର ଥାନା ଅନ୍ତର୍ଗତ ତିନିକୁଡ଼ା ଏବଂ ବାଇଗଣ ବୋଡ଼ ଗ୍ରାମରେ ଗତକାଲି ଛାପା ମରିଥଲେ | ସେହି ସମୟରେ ୨୫୦ ଲିଟର ଚୋରାମଦ ଏବଂ ୧୦ କୁଇଣ୍ଟାଲ ମହୁଲ ଫୁଲ ଜବତ ହୋଇଥିବା ବେଳେ ୨୦୦୦ କିଲୋ ମହୁଲ ପୋଚକୁ ନଷ୍ଟ କରାଯାଇଥିଲା ବେଳେ ପାଞ୍ଚ ଜଣ ଆରେଷ୍ଟ ହୋଇଥିବା ସୂଚନା ମିଳିଛି | ସେହିପରି ଆଜି ଧୁରୁଆଡ଼ିହି ଥାନା ଅନ୍ତର୍ଗତ ମାନମୁଁଣ୍ଡା ଏବଂ ଅଳଙ୍ଗପାନୀ ଗ୍ରାମରେ ଛାପା ମରାଯାଇଥିଲା | ଛାପାରେ ୯୫୦ ଲିଟର ଚୋରାମଦ ଏବଂ ୫କୁଇଣ୍ଟାଲ ମହୁଲ ଫୁଲ ଜବତ ହୋଇଥିବା ବେଳେ ୨୪୦୦କେଜି ମହୁଲ ପୋଚକୁ ନଷ୍ଟ କରି ଦିଆଯାଇଛି | ସେହିପରି ଆଜି ମଧ୍ୟ ପାଞ୍ଚଜଣ ଆରେଷ୍ଟ ହୋଇଛନ୍ତି | କେସ ନମ୍ବର ୨୨୪/୨୦ u/s ୫୨(a )(1) ଓଡ଼ିଶା ଏକ୍ସସାଇଜ ନିୟମ ଅନୁଯାୟୀ ଆରେଷ୍ଟ କରିଥିବା ସୂଚନା ମିଳିଛି | ମିଳିତ ଚଢ଼ାଉରେ ଏକ୍ସସାଇଜ ଇନ୍ସପେକଟର ସତ୍ୟଜିତ ଖଟୁଆ, ମୋବାଇଲ ସବ ଇନ୍ସପେକଟର ପୂର୍ଣ୍ଣଚନ୍ଦ୍ର ବେହେରା, ଇନ୍ସପେକଟର ହୀରାଦଲ ପତି,ଇନ୍ସପେକଟର ଦଲଗୋବିନ୍ଦ ପଣ୍ଡା, ପୋଲିସ ଏପିଆର ଫୋର୍ସ ଧୁରିଆଡ଼ିହି ଥାନା ଷ୍ଟାପ ,ସଦର ଥାନା ଷ୍ଟାପ ସାମିଲ ହୋଇଥିଲେ |