ହେଡଲାଇନସ୍:

ଆର୍ଥିକ ଅଭାବରୁ ଯୁବକର ଆତ୍ମହତ୍ୟା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନାରେ ଆଜି ଦିପହର ସମୟରେ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ପତ୍ରାପାଳି ଗ୍ରାମର ଧନେସ ହାତୀ ନାମକ ଜଣେ ଯୁବକ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କୁ ଖବର ଦେଇଥିଲା ଯେ ତାର ଭାଇ ବିସିକେସନ ହାତୀ ଟେମରିମାଲ ସ୍ଥିତ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି । ଖବର ପାଇବା ପରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ମନବୋଧ ତୁରନ୍ତ ଘଟଣା ସ୍ଥଳ ଅଭିମୁଖେ ବାହାରିଥିଲେ । ଘଟଣା ସ୍ଥଳକୁ ପହଂଛି ପୋଲିସ ଦେଖିଥିଲା ଯେ ବିସିକେସନ ର ମୃତଦେହ ଏକ ଗଛରେ ଝୁଲୁଥିଲା । ପୋଲିସ ର ପ୍ରାଥମିକ ତଦନ୍ତରୁ ଜଣା ପଡିଥିଲା ଯେ , ବିସିକେସନ ଗତ 10ବର୍ଷ ହେବ ନବରଙ୍ଗପୁର ଜିଲ୍ଲାର ଝରିଗାଁ ରେ କାମ କରୁଥିଲା । ଗତ ଚାରିଦିନ ପୂର୍ବରୁ ସେ ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଥପାପଡା ଶଶୁର ଘରକୁ ମଧ୍ୟ ଯାଇଥିଲା । ଗତ ଦୁଇଦିନ ପୂର୍ବରୁ ସେ ତାର ନିଜର ଗ୍ରାମକୁ ମଧ୍ୟ ଯାଇଥିଲା । ଗତ କାଲି ବିସିକେସନ ଘରୁ କେଉଁଆଡ଼େ ଚାଲି ଯାଇଥିଲେ । ଗତ କାଲିଠାରୁ ତାର ଘରଲୋକ ତାକୁ ଖୋଜଖୋଜି କରୁଥିଲେ ଓ ପରିବାର ଲୋକେ ଆଜି ଜଙ୍ଗଲରେ ତାର ମୃତଦେହ ଦେଖି ପାଇକମାଲ ଥାନାକୁ ଜଣାଇଥିଲେ । ବିସିକେସନ ର ଆର୍ଥିକ ସମସ୍ୟା ରହିଥିଲା ଏହି କାରଣରୁ ସେ ଆତ୍ମହତ୍ୟା କରିଥାଇ ପରେ ବୋଲି ପରିବାର ସୂତ୍ରରୁ ଜଣା ପଡ଼ିଛି । ପାଇକମାଲ ଥାନା ଅଧିକାରୀ ଙ୍କର ନିର୍ଦେଶ କ୍ରମେ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆସନ୍ତା କାଲି ପଦ୍ମପୁର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ମନବୋଧ ଜଣାଇଛନ୍ତି ।

0
0
0
s2sdefault