ବଲାଙ୍ଗୀର/ତୁଷୁରା- ବଲାଙ୍ଗୀର ଜିଲ୍ଲା ତୁଷୁରା ତହସିଲ ସମ୍ମୁଖରେ ତୁଷୁରା ଓକିଲ ସଂଘର ସଭାପତି ଆର୍ତ୍ତତ୍ରାଣ ପୁରୋହିତକୁ ଅଚିହ୍ନା ଯୁବକ ମାଡ ମାରି ଫେରାର ହୋଇ ଯାଇଥିବା ବେଳେ ଏନେଇ ତୁଷୁରା ଥାନାରେ କେଶ ନଂ ୧୨୯/୨୦୨୦ ରେ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଚାଲିଥିବା ତୁଷୁରା ଥାନାଧିକାରୀ ଯଶୋବନ୍ତ ପ୍ରଧାନ କହିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ପ୍ରତି ଦିନ ଭଳି ତହସିଲ କାର୍ଯ୍ୟାଳୟକୁ କାର୍ଯ୍ୟ ପାଇଁ ଶ୍ରୀ ପୁରୋହିତ ଯିବା ସହ ନିଜ ଟେବୁଲରେ ବସିଥିଲେ । ପ୍ରାୟ ୧୧ ଟା ସମୟରେ ମୁହଁରେ ମାସ୍କ ଲଗାଇ ଜଣେ ଯୁବକ ଆସି ପୁରୋହିତଙ୍କୁ ପାଖକୁ ଯାଇ ଜମି ରେଜିଷ୍ଟ୍ରେସନ ଭପରେ କଥାବାର୍ତ୍ତା ହେବା ଛଳରେ ହଠାତ୍ ଦୁଇ ମୁକା ମାଡ ମାରିଥିଲା । ମାଡ ମାରିବା ପରେ ଉକ୍ତ ଯୁବକକୁ ଉପସ୍ଥିତ ଅନ୍ୟ ଓକିଲମାନେ ଧରିବା ପାଇଁ ଚେଷ୍ଟା କରିଥିବା ବେଳେ ଆଗରୁ ବାଇକରେ ଜଗିଥିବା ଅନ୍ୟ ଜଣେ ଯୁବକଙ୍କ ସହ ମାଡମାରି ଥିବା ଯୁବକ ଫେରାର ମାରିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାଡ ମାରିବା ଯୁବକର ଏକ ଚପଳ ଜବତ କରି ତଦନ୍ତ ଆରମ୍ଭ କରିଛି ।
ଅଘଟଣ
ତୁଷୁରା ଓକିଲ ସଂଘ ସଭାପତିଙ୍କୁ ଅଚିହ୍ନା ଯୁବକ ମାଡ ମାରି ଫେରାର
- Hits: 455