ହେଡଲାଇନସ୍:

ଡେପୁଟି କଲେକ୍ଟରଙ୍କ ନାମରେ ଅଭିଯୋଗ ଆଣିଲେ ସ୍ତ୍ରୀ ଆଣିଲେ ସଂଗୀନ ଅଭିଯୋଗ। ଥାନାରେ ରୁଜୁ କଲେ ଏଫ ଆଇ ଆର। 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ବୌଦ୍ଧ ଜିଲ୍ଲାର ଡେପୁଟି କଲେକ୍ଟର ଶରତ ବାଗଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ ଡାଳିଆ ଦେବନାଥ। ଶ୍ରୀ ବାଗ ତାଙ୍କର ଜଣେ ଗାର୍ଲଫ୍ରେଣ୍ଡ ଓ ତାଙ୍କର ଭାଇ ସୁରେନ୍ଦ୍ର ବାଗଙ୍କ ସହ ମିଶି ତାଙ୍କୁ ଭୀଷଣ ମାଡ଼ ମାରିଥିଲେ ଓ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ ବୋଲି ସେ  ବିଟିଏମ ଥାନାରେ ଏକ ଏଫ ଆଇ ଆର ରେ ଉଲ୍ଲେଖ କରିଛନ୍ତି। 

ସୂଚନାଯୋଗ୍ୟ ଯେ, ଶ୍ରୀ ବାଗ କୌଣସି କାମରେ ନିଜର ଜଣେ ଗାର୍ଲଫ୍ରେଣ୍ଡ ଓ ତାଙ୍କର ଭାଇ ସୁରେନ୍ଦ୍ର ବାଗଙ୍କ ସହ ଝାରସୁଗୁଡ଼ାକୁ ଯାଉଥିବା ବେଳେ ଶ୍ରୀମତୀ ଡାଳିଆ ଦେବନାଥ ତାଙ୍କ ସ୍ବାମୀଙ୍କ ପିଛା କରିଥିଲେ।ବାଟରେ ସେମାନେ କୋଲାବିରା ରୋଡରେ ଥିବା ଅନ୍ତ ଢାବାରେ ଖାଇଥିଲେ ଓ ଇଂଜିନିୟରିଂ ସ୍କୁଲ ପାଖରେ ଥିବା ଜଣଙ୍କ ଘରକୁ ଯାଇଥିଲେ। ସେଠାରେ ସେମାନେ ବସି ମଦ ପିଉଥିବା ସମୟରେ ଶ୍ରୀମତି ଦେବନାଥ ନିଜ ମୋବାଇଲ ଭିଡିଓ ମୋଡରେ ରଖି ଭିତରକୁ ପ୍ରବେଶ କରିଥିଲେ ବୋଲି ଜଣାଇଛନ୍ତି। ଏହାପରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ଶ୍ରୀମତୀ ଦେବନାଥଙ୍କୁ ସମସ୍ତେ ଆକ୍ରମଣ କରିଥିଲେ। ଏପରିକି ଶ୍ରୀମତୀ ଦେବନାଥ ଅଭିଯୋଗ କରିଛନ୍ତି ଯେ ଶ୍ରୀ ବାଘଙ୍କ ଗାର୍ଲଫ୍ରେଣ୍ଡ ତାଙ୍କୁ ଗୋଟିଏ ପିସ୍ତଲ ଦେଖାଇ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। କୌଣସି ମତେ ସେ ନିଜ ଜୀବନ ବଞ୍ଚାଇ ସେଠାରୁ ପଳାଇ ଆସି ସ୍ଥାନୀୟ ବିଟିଏମ ଫାଣ୍ଡିରେ ଏତଲା ଦେଇଥିଲେ। 

ଏପର୍ଯ୍ୟନ୍ତ ପୋଲିସ କିମ୍ବା ଶ୍ରୀ ବାଗଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

0
0
0
s2sdefault