କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରୁ ନହୁସ ବାଗ : ଯୌତୁକ ପ୍ରଥାକୁ ନେଇ ଓଡ଼ିଶାରେ ଅନେକ ବଧୂ ହତ୍ୟା ଘଟଣା ଘଟିଥିବା ବେଳେ ବର୍ତମାନ ପଶ୍ଚିମ ଓଡ଼ିଶାରେ ଏପରି ଘଟଣା ଦେଖିବାକୁ ମିଳୁଛି !ଏପରି ଏକ ଚିତ୍ର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଟେମରି ପଞ୍ଚାୟତ କୁମ୍ବlରୀ ଗ୍ରାମର ଡ଼ିଳେଶ୍ୱର ସାଙ୍କ ଘରେ ! ଡ଼ିଲେଶ୍ଵର ସାଙ୍କ ପତ୍ନୀ ଅଞ୍ଜନା ସାଙ୍କୁ ଦୀର୍ଘଦିନ ଧରି ଯୌତୁକ ବିଷୟରେ ପରିବାର ଲୋକେ ଗାଳିଗୁଲଜକରୁଥିଲେ ତଥାପି ଛୋଟ ଛୋଟ ଦୁଇ ପୁଅକୁ ଦେଖି ଜୀବନ ବିତାଉଥିଲେ ! ହଠାତ ଆଜି ସଖାଲ ଛଅ ଟା ସମୟରେ ନିଜେ ଅଞ୍ଜନା ନିଜ ଛୋଟ ଭାଇଙ୍କ ସହିତ ଫୋନ ଯୋଗେ କଥା ହେଲେ ମୋତେ କେଉଁ ମହୂର୍ତ୍ତରେ ମାରିଦେଇପାରନ୍ତି ବୋଲି କଥା ହେଵା ସମୟରେ ଅଚାନକ ଫୋନ କଟିଗଲା !ସେମହୂର୍ତ୍ତରେ ଅଞ୍ଜନାଙ୍କୁ ମାରିଦେଇଛନ୍ତି ବୋଲି ମୃତକ ର ବାପା ମା ଓ ଭାଇ ଘଟଣା ସ୍ଥଳରେ ପହଁଚିଲେ !ତାପରେ ମୃତକର ବଡ଼ଭାଇ ଅକୁର ସାହୁ ଗୋଲାମୁଣ୍ଡା ଥାନାରେ ଏକଲିଖିତ ଅଭିଯୋଗ ଦେଇଥିଲେ ! ଗୋଲାମୁଣ୍ଡା ଥାନା ଅଧିକାରୀ ଯୁଗଳ ଶବର ଓ ଗୋଲାମୁଣ୍ଡା ତହସିଲଦାର ବିଚାରପତି ଭାବରେ ଘଟଣା ସ୍ଥଳରେ ପହଁଚି ସବୁ ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ !ଏପରି ପେକ୍ଷିରେ ମୃତକ ର ଦୁଇ ଭାଇ ଅଞ୍ଜନାଙ୍କ ମୃତ ଘଟଣାରେ ମୃତକର ପରିବାର ସମ୍ପୂର୍ଣ ଭାବରେ ଜଡିତ ଅଛନ୍ତି ବୋଲି ମିଡ଼ିଆ ସମ୍ମୁଖରେ ପ୍ରକାଶ କରିଥିଲେ !