ହେଡଲାଇନସ୍:

କରୋନାକୁ ଜିତିଥିଲେ, ହେଲେ ମୃତ୍ୟୁଠୁ ହାରିଗଲେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରିଷ୍ଠ ସେବାୟତ ପ୍ରେମାନନ୍ଦ ପରଲୋକରେ

ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗଭୀର ଶୋକ ପ୍ରକାଶ 

ପୁରୀ,(ଶାସକ ପ୍ରଶାସକ) :ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ମା ସୁଭଦ୍ରାଙ୍କ ବାଡ଼ଗ୍ରାହୀ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ପରଲୋକ ହୋଇଯାଇଛି | ନିକଟରେ କରୋନାକୁ ପରାଜୟ କରି ବିଜୟୀ ହେଇଥିଲେ |  କିନ୍ତୁ  ସଙ୍ଗରୋଧରେ ଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଚିକିତ୍ସିତ ଅବସ୍ଥାରେ ଆରପାରିକୁ ଚାଲିଗଲେ | ପ୍ରେମାନନ୍ଦ ଦେବୀ ସୁଭଦ୍ରାଙ୍କ ବାଡଗ୍ରାହୀ ଥିଲେ । ତାଙ୍କର ବିୟୋଗରେ ସେବାୟତଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । 

ମିଳିଥିବା ସୂଚନା ଅନୁସାରେ ପ୍ରେମାନନ୍ଦ କିଛି ଦିନ ତଳେ କରୋନାରେ ପିଡିତ ହୋଇ ଭୂବନେଶ୍ବର ହାଇଟେକ ହସ୍ପିଟାଲରୁ ଚିକିତ୍ସିତ ହୋଇ ଫେରିଥିଲେ । ଆଜି ଭୋର ପ୍ରାୟ ୫ଟା ସମୟରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ସମୟରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁର କାରଣ ହାର୍ଟଆଟାକ ବୋଲି ସେବାୟତଙ୍କ ମଧ୍ୟରେ ଆଲୋଚନା ହେଉଥିଲା ।

ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ବିୟୋଗରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ଶୋକ ବାର୍ତାରେ କହିଛନ୍ତି ଯେ ଶ୍ରୀ ଦାସ ମହାପାତ୍ରଙ୍କ ନିଧନ ଖବର ପାଇ ସେ ମର୍ମାହତ । ସ୍ୱର୍ଗତ ଶ୍ରୀ ଦାସ ମହାପାତ୍ର ଦେବୀ ସୁଭଦ୍ରାଙ୍କ ବାଡଗ୍ରାହି (ଅଙ୍ଗରକ୍ଷୀ) , ଦଇତାପତି ନିଯୋଗର ସମ୍ପାଦକ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଥିଲେ । ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଠାରୁ ଆରମ୍ଭ କରି ଶ୍ରୀମନ୍ଦିରର ନିତୀକାନ୍ତୀ ଓ ପରିଚାଳନା କ୍ଷେତ୍ରରେ ତାଙ୍କର ମହତ୍ୱ ପୂର୍ଣ୍ଣ ଯୋଗଦାନ ଥିଲା ।

ମନ୍ତ୍ରୀ ଶ୍ରୀ ଜେନା  ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିଛନ୍ତି ।

0
0
0
s2sdefault