ହେଡଲାଇନସ୍:

ଏସ୍  ଟି ଏଫ୍ ପକ୍ଷରୁ ଚଢାଉ, ସନ୍ଦେହ ଘେରରେ ସୁବଳୟା ପୋଲିସ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର -(ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା କାସଲପୁର ଜଙ୍ଗଲରୁ ୪.୭୯ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୯.୭୯ ଲକ୍ଷ ଟଙ୍କା, ଚୋରାଚାଲାଣ ବ୍ୟବହୃତ ପିକ୍ ଅପ୍ ଭ୍ଯାନ ଓ ଏକ ହୋଣ୍ଡା ସିଟି କାରକୁ ଜବତ କରିଛି । ଅଭିଯୁକ୍ତ ମାନେ ହେଲେ ସୁବଳୟା ଥାନା କାସଲପୁର ଗ୍ରାମର ନାରାୟଣ ପାତ୍ର (ଓରଫ ମୁନ୍ନୁ ) , ରେଢ଼ାଖୋଲ ଥାନା କଦଳୀଗଡ ସଞ୍ଜୟ ମେଶ୍ବୁ, ବୀରମହାରାଜପୁର ଥାନା ହିଲୁଙ୍ଗ ଗ୍ରାମର ସୌରଭ କୁମାର ବାରିକ,  ମଧ୍ୟପ୍ରଦେଶର ସୁଶୀଲ ମିଶ୍ର ଏହି ଚାରିଜଣ ଗିରଫ ହୋଇଥିଲେ ବେଲେ ଅନ୍ୟଜଣେ ଅଭିଯୁକ୍ତ ଗୋପାଳ ତାଣ୍ଡିଆ ଫେରାର୍ ଥିବା ସୂଚନା ମିଳିଛି ।  ସୁବଳୟା ଅଞ୍ଚଳରେ ଗଞ୍ଜେଇ ଚାଷ ନହେଲେ ମଧ୍ଯ ଏହି ଅଞ୍ଚଳରୁ ବିପୁଳ ପରିମାଣରେ ଗଞ୍ଜେଇ ରାଜ୍ୟ ବାହାରକୁ ଚାଲଣ ହେଉଥିବା ନେଇ ବିଭିନ୍ନ ସୋସିଆଲ ମିଡିଆରେ ଅଭିଯୋଗ ହୋଇଥିଲା । ଏ ନେଇ କୌଣସି ସୂତ୍ରରୁ ଗୋଇନ୍ଦା ବିଭାଗ ପାଖକୁ ଖବର ପହଞ୍ଚିଥିଲା । ଭୂବନେଶ୍ୱର ଏସ୍ ଟି ଏଫ୍ ଟିମ୍ ଖବର ପାଇ ୪ ଦିନ ଧରି ଉକ୍ତ ଥାନା ଅଞ୍ଚଳରେ ଗୁପ୍ତରେ ଡେରା ପକାଇବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲ । ସକଳ ଭୋରରୁ ହୋଣ୍ଡା ସିଟିକାର (ଡବ୍ଲ୍ୟୁ ବି ୦୨ ଏକ୍ସ ୭୮୧୨ ) ସନ୍ଦେହ ଜନକ ଅବସ୍ଥାରେ ଦେଖିବାପରେ ତାହା ଉପରେ ଏସ୍ ଟି ଏଫ୍ ଦୁଇ ଅଧିକାରୀ ଆଶିଷ ଜେନା ଓ ଜଗନ୍ନାଥ ପ୍ରସାଦ ସାହୁ ସହ ସ୍ଥାନୀୟ ପୋଲିସ ଟିମ ନଜର ରଖିଥିଲେ । ଉକ୍ତ କାରଟି ପିତାମହୁଲ ରୋଡରେ ଯାଇ କାସଲପୁର ଜଙ୍ଗଲ ପାଖରେ ଏକ ନମ୍ବର ବିହିନ ପିକ୍ଅପ୍ ଭ୍ୟାନ ନିକଟରେ ଅଟକି ଯିବାପରେ ଏସ୍ ଟି ଏଫ୍ ଟିମ ଚାରିପଟୁ ଘେରାଉ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପିକ୍ ଅପ୍ ଭ୍ଯାନକୁ ଯାଞ୍ଚ କରିବା ପରେ ସେଥିରୁ ଗଞ୍ଜେଇ, ଟଙ୍କା ଓ ଅନ୍ଯାନ୍ଯ ସାମଗ୍ରୀଗୁଡିକ ମିଲିଥିଲା । ଜବତ ଗଞ୍ଜେଇ ର ବଜାର ମୂଲ୍ଯ ପ୍ରାୟ ୩୦ ଲକ୍ଷ ହେବ ବୋଲି ଅନୁମାନ କରାଯାଇଛି । କିଭଳି ଭାବେ  ଏହି ଅଞ୍ଚଳରେ  ଗଞ୍ଜେଇ କାରବାର ଚାଲୁଥିଲେ ମଧ୍ଯ ସୁବଳୟା ପୋଲିସ ଜାଣିପାରୁନଥିଲା ,ନା କିଛି ହାତ ଗୁଞା ନେଇ ନଜାଣିଲା ପରି ରହୁଥିଲା । ଏ ନେଇ ସୁବଳୟା ଥାନା ଏନ ଡି ପି ଏସ୍ ଆକ୍ଟ ଆନୁଯାଇ ୭୦୵୨୦ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ କୁଶ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

0
0
0
s2sdefault