ହେଡଲାଇନସ୍:

ବୁର୍ଲା ମେଡିକାଲ : ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ଅଭିଯୋଗ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) : ବୁର୍ଲା ର ସାମାଜିକ କର୍ମୀ ପ୍ରଭାସ ପୃଷେଠ୍ ବୁର୍ଲା  ମେଡିକାଲ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣି  ତାଙ୍କ ବଡ଼ ଭାଇ ପ୍ରଶାନ୍ତ ଙ୍କ ଚିକିତ୍ସା ରେ ବ୍ୟାପକ ଅବହେଳା କରାଯାଉଥିବା ନେଇ  ଅଭିଯୋଗ କରିଥିଲେ l ତେବେ ଚିକିତ୍ସିତ ଅବସ୍ଥା ରେ ପ୍ରଶାନ୍ତ ଙ୍କ ବୁଧବାର ମୃତ୍ୟୁ ହୋଇଛି l  ଚିକିତ୍ସା ରେ ଅବହେଳା ଯୋଗୁଁ ପ୍ରଶାନ୍ତ ଙ୍କ ମୃତ୍ୟୁ ହୋଇଥିବା ପ୍ରଭାସ  ଅଭିଯୋଗ କରିଛନ୍ତି l

          ପ୍ରଭାସ ଙ୍କ କହିବା ଅନୁଯାୟୀ ତାଙ୍କ ବଡଭାଇ ପ୍ରଶାନ୍ତ ପୃଷେଠଙ୍କ ଛାତି ଯନ୍ତ୍ରଣା ହେଉଥିବାରୁ ବୁର୍ଲା ମେଡିକାଲର କାଜୁଆଲିଟିରେ ଦେଖାଇଥିଲେ l କରୋନା ପରୀକ୍ଷଣ ପାଇଁ ହେଉଥିବା ଆଣ୍ଟିଜେନ ଟେଷ୍ଟ ନେଗେଟିଭ ଆସିବା ପରେ ମଧ୍ୟ ଡାକ୍ତର କରୋନା ସନ୍ଦେହରେ ପ୍ରଶାନ୍ତଙ୍କୁ ଆଇସୋଲେସନ ୱାର୍ଡ ରେ ଭର୍ତ୍ତି କରି  ପୁଣିଥରେ ଆରଟି- ପିସିଆର ପରୀକ୍ଷା କରେଇବାକୁ କହିଥିଲେ l  ଯେହେତୁ ବୁର୍ଲା ମେଡିକାଲରେ ଆରଟି- ପିସିଆର  ଲ୍ୟାବ ସିଲ୍ ହୋଇଥିଲା ତେଣୁ ସ୍ୱାବକୁ ପରୀକ୍ଷା ନିମନ୍ତେ ବଲାଙ୍ଗୀର ପଠା ଯାଇଥିଲା l ଡାକ୍ତର କହିଥିଲେ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଆସିଯିବ, କିନ୍ତୁ ୩ ଦିନ ବିତିଯିବା ସତ୍ତ୍ୱେ ମଧ୍ୟ ରିପୋର୍ଟ ଆସିନଥିଲା l  ଇତି ମଧ୍ୟରେ କରୋନା ଭୟରେ ପ୍ରଶାନ୍ତଙ୍କ କୌଣସି ଚିକିତ୍ସା କରାନଯିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା l  ଆଇସୋଲେସନ ୱାର୍ଡରେ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ କେବଳ ଆଣ୍ଟିବାୟୋଟିକ ଦେବା ଛଡା ଅନ୍ୟ କୌଣସି ପ୍ରକାରର ଚିକିତ୍ସା କରାଯାଇନଥିଲା l ଏମିତିକି ସାଲାଇନ ସରି ପାଇପରେ ରକ୍ତ ପଳେଇ ଆସୁଥିଲେ  ମଧ୍ୟ କୌଣସି କର୍ମଚାରୀ ତାଙ୍କ ପାଖ ମାଡି ନଥିବା ପ୍ରଭାସ ଅଭିଯୋଗ କରିଛନ୍ତି l ଏହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ଆଇସୋଲେସନ ୱାର୍ଡର ଆଇସିୟୁକୁ ନେବା ପାଇଁ ଡାକ୍ତର କହିଥିଲେ l କିନ୍ତୁ, ଉପର ମହଲାରେ ଥିବା ଆଇସିୟୁକୁ ନେବା ପାଇଁ ମଧ୍ୟ କୌଣସି କର୍ମଚାରୀ ରାଜି ନ ହେବାରୁ ଶେଷରେ ତାଙ୍କ ଭାଇ ଟଙ୍କା ଦେଇ ବାହାରୁ ଲୋକ ଆଣି ପ୍ରଶାନ୍ତ ଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ l  ସେଠାକାର ଅବସ୍ଥା ଆହୁରି ତଦ୍ରୁପ ଥିଲା l ଭେଣ୍ଟିଲେଟରର ମାସ୍କର ବେଲ୍ଟ ଛିଡି ଯାଇଥିବାରୁ ମାସ୍କକୁ ବ୍ୟାଣ୍ଡେଜ କପଡାରେ ଗୁଡାଇ ତାଙ୍କ ମୁଣ୍ଡରେ ବାନ୍ଧିଦିଆ ଯାଇଥିଲା l  ତଥାପି ଅକ୍ସିଜେନ ଲିକ୍ କରିବାରୁ ତାଙ୍କ ପରିଜନଙ୍କୁ ମାସ୍କକୁ ପ୍ରଶାନ୍ତଙ୍କ ମୁହଁ ପାଖରେ ଧରିରଖି ୨୪ ଘଣ୍ଟା ବସିବାକୁ ପଡିଥିଲା l ଯାହା ଫଳରେ କି ପ୍ରଶାନ୍ତଙ୍କ ଅକ୍ସିଜେନ ସାଚ୍ୟୁନେସନ ଲେଭେଲ ୯୫ ରହିବା ବଦଳରେ  ବିପଜ୍ଜନକ ଭାବରେ ୪୫ କୁ ଖସି ଆସିଥିଲା l  ଶେଷରେ ଅନ୍ୟ ଗୋଟିଏ ଭାଇପର ମାସ୍କ ଲଗେଇବାରୁ ତାହା ମଧ୍ଯ ମଝିରୁ ଖୋଲିଯାଇଥିଲା l ଡାକ୍ତର ସେଇ ଦରଫଟା ମାସ୍କରେ ଅଠା ଲଗେଇ ତାହାକୁ ଚଳନୀୟ କରିଥିଲେ କିନ୍ତୁ ଅକ୍ସିଜେନ ସାଚ୍ୟୁରେସନ ଆଉ ୭୫ ଉପରକୁ ଯାଇ ନଥିଲା l  ଏହାଦ୍ୱାରା ତାଙ୍କ ଫୁସଫୁସ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲାା ଆରଟି- ପିସିଆର  ରିପୋର୍ଟ ନେଗେଟିଭ ଆସିବା ପରେ  ଗୁରୁତର ପ୍ରଶାନ୍ତଙ୍କୁ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା l କିନ୍ତୁ ସେଠାରେ ମଧ୍ୟ ଡାକ୍ତର ତାଙ୍କ ଛାତି ଯନ୍ତ୍ରଣାର ଚିକିତ୍ସା ନକରି ପୁଣିଥରେ ତୃତୀୟ ଥର ପାଇଁ ଆରଟି- ପିସିଆର  ପରୀକ୍ଷଣ କରିବାକୁ କହିଥିଲେ l  ତୃତୀୟ ରିପୋର୍ଟ ପଜିଟିଭ୍ ଆସିବା ପରେ ପ୍ରଶାନ୍ତଙ୍କୁ ସମ୍ବଲପୁର କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରିବା ପାଇଁ ଡାକ୍ତର କହିଥିଲେ l ପ୍ରଶାନ୍ତଙ୍କୁ କୋଭିଡ୍ ହସପିଟାଲ ନେବା ପାଇଁ ସେଠାକାର କର୍ମଚାରୀ ପିପିଇ କିଟ୍ ପିନ୍ଧି ଆସିଥିବା ସତ୍ତ୍ୱେ ପ୍ରଶାନ୍ତଙ୍କୁ ବେଡ୍ ରୁ ଷ୍ଟ୍ରେଚରକୁ ନେବାପାଇଁ ତାଙ୍କ ଭାଇଙ୍କୁ କହିଥିଲେ ଯିଏକି ବିନା ପିପିଇ କିଟ୍ ରେ ଥିଲେ l  କର୍ମଚାରୀ ମାନେ ତାଙ୍କ ଭାଇଙ୍କୁ ମଧ୍ଯ ଆମ୍ବୁଲାନ୍ସରେ ବସି କୋଭିଡ୍ ହସପିଟାଲ ଯିବାକୁ କହିଥିଲେ l  ବିନା ପିପିଇ କିଟ୍ ରେ କୋଭିଡ୍ ହସପିଟାଲ ଭିତରକୁ ଯାଇ ପ୍ରଶାନ୍ତଙ୍କୁ ଆଇସିୟୁରେ ପହଞ୍ଚାଇବା ପରେ ହିଁ ତାଙ୍କ ଭାଇ ଫେରିଥିଲେ l 

       ତେବେ ବୁଧବାର ଚିକିତ୍ସିତ ଅବସ୍ଥା ରେ ପ୍ରଶାନ୍ତ ଙ୍କ ମୃତ୍ୟୁ ହୋଇଛି l  ଚିକିତ୍ସା ରେ ଅବହେଳା ଯୋଗୁଁ ପ୍ରଶାନ୍ତ ଙ୍କ ମୃତ୍ୟୁ ହୋଇଥିବା ପ୍ରଭାସ  ଅଭିଯୋଗ କରିଛନ୍ତି l 

 

0
0
0
s2sdefault