୨ ମୃତ, ଡ୍ରାଇଭର ମୁର୍ମୁଷ ଭାବେ ଉଦ୍ଧାର l
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) : ସମ୍ବଲପୁର ଜ଼ିଲ୍ଲା ସିମାବର୍ତ୍ତୀ ରମ୍ପେଲା ଇବ ବ୍ରିଜ ଉପରୁ ମଙ୍ଗଳବାର ଅପରାହ୍ନରେ ଏକ ହାଇଓ୍ବା (ନଂ.ଓଡି ୨୩କେ୧୫୪୭) ଭାରସାମ୍ୟ ହରାଇ ହୀରାକୁଦ ଜଳଭଣ୍ଡାର ଭିତରକୁ ଖସିପଡିବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇ ଥିବା ବେଳେ ଡ୍ରାଇଭର ଗୁରୁତର ହୋଇ ଚିକିତ୍ସାଧିନ ରହିଛି l ରେଙ୍ଗାଲିରୁ ଝାରସୁଗୁଡା ଜ଼ିଲ୍ଲା କୁମ୍ଭାରବନ୍ଧ ଅଭିମୁଖେ ହାଇଓ୍ବାଟି ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା l ଏହି ଦୁର୍ଘଟଣାରୁ ଗାଡି ଚାଳକ ଆଦିତ୍ଯ ସାହୁ(୨୩) ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାକୁ ଉଦ୍ଧାର କରାଯାଇ ଝାରସୁଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ଗାଡିରେ ଥିବା ୨ ଯୁବକଙ୍କ ଝାରସୁଗୁଡା ଜ଼ିଲ୍ଲା ଲଖନପୁର ବ୍ଲକ ବରକାନିପାଲି ଗାଁ ର ଜିତେନ୍ଦ୍ର ପ୍ରଧାନ(୨୪) ଏବଂ ଅରବିନ୍ଦ ସାହୁ ଓରଫ ପପୁ (୨୦) ଙ୍କ ଶବ ଉଦ୍ଧାର କରାଯାଇଛି l ଖବରପାଇ ଝାରସୁଗୁଡା ଓଡ୍ରାଫ ଟିମ, ଝାରସୁଗୁଡା ଜ଼ିଲ୍ଲା ଲଖନପୁର ଓ ଇବ ଥର୍ମାଲ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ l ଘଟଣା ସ୍ଥଳକୁ ଲଖନପୁର ତହସିଲଦାର ବିଶ୍ବକେଶନ ପାଣ୍ଡେ, ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସ, ବନହରପାଲି ଥାନା ଆଇଆଇସି ପ୍ରଶାନ୍ତ ମେହେର ପ୍ରମୁଖ ପହଂଚି ଉଦ୍ଧାର କାର୍ଯ୍ୟ ତଦାରଖ ଥିଲେ । ମୃତକ ଦ୍ବୟଙ୍କ ପରିବାରକୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବା ସଂପର୍କରେ ତହସିଲଦାର ପାଣ୍ଡେ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।