ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର (ରମାକାନ୍ତ ବିଶ୍ୱାଳ): ସହରର ଜଣାଶୁଣା ଡା.ସଜ୍ଜନ ପନସାରୀ (୫୬) ଙ୍କ ଗୁରୁବାର ପରଲୋକ ହୋଇଛି l ଡା. ସଜ୍ଜନ ପନସାରୀ କରୋନା ଯୋଦ୍ଧା ଥିଲେ l ସ୍ୱର୍ଗତ ଡା. ପନସାରୀ ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଶା ନିବାରଣ ବିଭାଗରେ କାର୍ଯ୍ୟ କରୁଥିଲେ l ଜ଼ିଲ୍ଲା କୋଭିଡ ପରିଚାଳନାରେ ସେ ପ୍ରତ୍ୟକ୍ଷ ଭାବେ ସାମିଲ ଥିଲେ l ଗତ ୧୨ ତାରି ଠାରୁ ରାଉରକେଲା ସ୍ଥିତ ଏକ ଘରୋଇ ଡାକ୍ତରଖାନା ରେ ଡା. ପନସାରୀ ଚିକିତ୍ସିତ ହେଉଥିଲେ l
ସ୍ୱର୍ଗତ ଡା.ପନସାରୀ ବିଜେଡି ନେତା ତଥା ପୁର୍ବତନ କାଉନ୍ ସିଲର ବିହାରୀଲାଲ ପନସାରୀଙ୍କ ପୁଅ ଅଟନ୍ତି l ଡା.ପନସାରୀଙ୍କ ଶବ ଗୁରୁବାର ରାତିରେ ସମ୍ବଲପୁର ପହଂଚିବା ପରେ ଜ଼ିଲ୍ଲାପାଳ ଶୁଭମ ସକ୍ ସେନା, ଏସପି ଡ. କନୱାର ବିଶାଳ ସିଂ ପ୍ରମୁଖ ଜ଼ିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରି ସ୍ଥାନୀୟ ରାଜଘାଟ ପହଂଚି ଏହି କରୋନା ଯୋଦ୍ଧା ଙ୍କୁ ଅନ୍ତିମ ସମ୍ମାନ ପ୍ରଦର୍ଶନ କରିଥିଲେ l ଡାକ୍ତର ପନସାରୀ ଆଇଏମଏ ସମ୍ବଲପୁର ର ସମ୍ପାଦକ ମଧ୍ୟ ଥିଲେ l ଡାକ୍ତର ପନସାରୀ ଙ୍କ ବିୟୋଗ ରେ ଆଇଏମଏ ପକ୍ଷରୁ ଏକ ଶୋକ ସଭା ଆୟୋଜନ କରି ସଦସ୍ୟ ମାନେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି l
ଏଠାରେ ସୂଚନା ଯୋଗ୍ୟ ଯେ, ସମ୍ବଲପୁରରେ ୨ ଜଣ ଡାକ୍ତର କରୋନାରେ ପ୍ରାଣ ହରାଇଲେଣି l ଡା. ପନସାରୀଙ୍କ ପୂର୍ବରୁ ହୀରାକୁଦ ଇଏଏସଆଇ ଡାକ୍ତରଖାନା ର ଡାକ୍ତର କୁଳମଣି ସୁନାଙ୍କ ମଧ୍ୟ କରୋନା ରେ ପରଲୋକ ହୋଇଛି l