ମୟୂରଭଞ୍ଜ ଲୋକସଭା ସାଂସଦ ବିଶ୍ୱେଶର ଟୁଡୁଙ୍କ ପକ୍ଷରୁ ବାରିପଦା ଟାଉନ ଥାନାରେ ଅଭିଯୋଗ
ସମ୍ପର୍କୀୟ ଶଳା ସହ ବିଜେପି ସୋସିଆଲ ମିଡ଼ିଆ ସଦସ୍ୟ ଗିରଫ
ବାରିପଦା/ ଦିଲ୍ଲୀପ ମହାନ୍ତି : ସାଂସଦଙ୍କ ଜାଲ ଦସ୍ତଖତରେ ହାତପାଣ୍ଠି ବଣ୍ଟନ ଅନିୟମିତତା ଅଭିଯୋଗରେ ବାରିପଦା ଟାଉନ ଥାନା ପୁଲୁସ ଦୁଇ ଅଭିଯୁକ୍ତକୁ ଗିରଫ କରିଛି। ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶେଶ୍ୱର ଟୁଡୁଙ୍କ ଅଭିଯୋଗ କ୍ରମେ ଦୁଇ ବିଜେପି କର୍ମୀଙ୍କୁ ଗିରଫ କଲା ପୋଲିସ କଲା। ସାଂସଦଙ୍କ ଅଗୋଚରରେ ହାତପାଣ୍ଠିରୁ କାମ ଆବଣ୍ଟନ ହେଉଥିଲା । ସାଂସଦଙ୍କ ଦସ୍ତଖତ ଜାଲ କରି ଏମିତି ହେଉଥିଲା ବୋଲି ଖୋଦ ସାଂସଦ ଶ୍ରୀଟୁଡୁ ଥାନାରେ ଅଭିଯୋଗ କରିଛନ୍ତି । ଏଥିରେ ବାରିପଦା ପିଏ ଆଇଟିଡିଏ କାର୍ଯ୍ୟାଳୟ ଅଧୀନରେ ୨ଟି ପ୍ରକଳ୍ପ ରହିଛି । ବାରିପଦା ଟାଉନ୍ ୨୨ ନମ୍ବର ୱାର୍ଡରେ ହୋଇଥିବା ପ୍ରକଳ୍ପ ଠିକ୍ ସ୍ଥାନରେ ହୋଇନଥିବା ବେଳେ ମୋରଡ଼ା ବ୍ଲକରେ ଛଉ ପେଣ୍ଡାଲ କାର୍ଯ୍ୟରେ ଜେଇ ଓ ଏଇ ସନ୍ଦେହ ପ୍ରକାଶ କରିଥିଲେ ।
ଏସବୁ ପ୍ରକଳ୍ପ ସାଂସଦଙ୍କ ଅଗୋଚରରେ ଜାଲ୍ ଦସ୍ତାବିଜ୍ ଦେଇ ହୋଇଥିବା ସାଂସଦ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ସାଂସଦଙ୍କ ଅଫିସରେ କାର୍ଯ୍ୟରତ ମୋରଡ଼ା ଥାନା ପଟକୁଣ୍ଡିଆ ଗ୍ରାମର ହେମନ୍ତ କୁମାର ସୋରେନ ଯିଏକି ସାଂସଦଙ୍କ ସମ୍ପର୍କୀୟ ଶଳା ତଥା ମୋରଡ଼ା ପଞ୍ଚାୟତ ସମିତି ସଦସ୍ୟ ଏହି ଜାଲିଆତି କାରବାରରେ ମାଷ୍ଟର ମାଇଣ୍ଡ୍ । ସେ ହାତପାଣ୍ଠିରୁ କାମ ଦେବା ନାମରେ ଲୋକଙ୍କଠାରୁ ଟଙ୍କା ନେଉଥିଲେ ଓ ତାଙ୍କ ଡ୍ରାଇଭରଙ୍କ ସହ ଅନ୍ୟ କର୍ମଚାରୀଙ୍କ ଦରମା ମଧ୍ୟ ଦେଉନ ଥିଲେ ବୋଲି ସାଂସଦ ଅଭିଯୋଗ କରିଥିଲେ । ପୋଲିସ ସମସ୍ତ ଅଭିଯୋଗର ତଦନ୍ତ କରି ସମିତି ସଭ୍ୟ ହେମନ୍ତ ସୋରେନ ଓ ସାଂସଦଙ୍କ କାର୍ଯ୍ୟାଳୟର କମ୍ପ୍ୟୁଟର ଅପରେଟର ଶୈଳେସ ଗିରିଙ୍କୁ ଗିରଫ କରିଛି । ଉଭୟ ହେଉଛନ୍ତି ବିଜେପି କର୍ମୀ । ଜଣେ ସାଂସଦଙ୍କ ସମ୍ପର୍କୀୟ ଶଳା ହୋଇଥିବା ବେଳେ ଅନ୍ୟ ଜଣେ ବିଜେପି ମିଡିଆ ସେଲର ସଦସ୍ୟ ।