ଝାରସୁଗୁଡ଼ା:(ସୁଭାଷ ସହାରେ) ଝାରସୁଗୁଡ଼ା ପୋଲିସ ଦ୍ବାରା ଜଣେ ବିଧବା ସ୍ତ୍ରୀ ଯୌନ କାରବାରରେ ଲିପ୍ତ ଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ଜଣେ ନାବାଳିକାଙ୍କୁ ମହିଳା ଜଣକ ଅପହରଣ କରିନେଇ ଜଣେ ଦୁଷ୍କର୍ମକାରୀ ପାଖରେ ଛାଡ଼ି ଦେଇଥିଲେ। ଉକ୍ତ ନାବାଳିକା ଉଦ୍ଧାର ହେବା ପରେ ସମସ୍ତ କଥା ପ୍ରକାଶ କରିବା ଯୋଗୁଁ ସତ୍ୟାସତ୍ୟ ଜଣା ପଡ଼ିଛି।
ସୂଚନା ମୁତାବକ, କୁଚିଣ୍ଡାର ବୀଣାପାଣି ଧୁରୁଆ ନାମ୍ନୀ ଜଣେ ବିଧବା ମହିଳା ନିଜ ସ୍ବାମୀଙ୍କ ମୃତ୍ୟୁ ପରେ ଝାରସୁଗୁଡ଼ା ସଦର ବ୍ଲକର ବୁଢ଼ୀପଦର ଗ୍ରାମରେ ଆସି ରହୁଥିଲେ। ନିଜର ମଧୁର ବ୍ୟବହାର ଓ ମିଠା କଥାରେ ସେ ସମସ୍ତଙ୍କ ସହ ସଂପର୍କ ସ୍ଥାପନ କରି ଯୌନ କାରବାର ଆରମ୍ଭ କରି ଦେଇଥିଲେ ବୋଲି ଗ୍ରାମର ଲୋକ ଅଭିଯୋଗ କରିଛନ୍ତି।
ଏହାପରେ ଉକ୍ତ ମହିଳା ଜଣେ ୧୪ ବର୍ଷର ନାବାଳିକାକୁ ଅପହରଣ କରି ନେଇ ଜଣେ ଦୁଷ୍କର୍ମକାରୀଙ୍କ ପାଖରେ ଛାଡ଼ି ଦେଇଥିଲେ। ଅନୁସନ୍ଧାନ ପରେ ତିନି ଦିନ ପରେ ପୋଲିସ ଝିଅଟିକୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ। ଏହି ତିନିଦିନ ଧରି ଅପହୃତା ଜଣକ ଯୁବକ ଦ୍ବାରା ଦୁଷ୍କର୍ମର ଶୀକାର ହୋଇଥିବା ନିଜେ ଯୁବତୀ ବୟାନ ଦେଇଥିବା ଜଣା ପଡ଼ିଛି।
ସୂଚନାଯୋଗ୍ୟ ଯେ ନାବାଳକଟି ଅପହୃତା ହେବା ଜଣା ପଡ଼ିବା ପରେ ସ୍ଥାନୀୟ ବିଟିଏମ ଫାଣ୍ଡିରେ ପରିବାର ଲୋକେ ଏତଲା ଦେଇଥିଲେ। ଏହାପରେ ଅଭିଯୁକ୍ତ ଯୁବକ ଓ ବୀଣାପାଣି ଧରୁଆକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୀଡିତାଙ୍କ କହିବା ଅନୁସାରେ ବୀଣାପାଣି ଏକ ନିୟମିତ ଭାବରେ ସେକ୍ସ କାରବାରରେ ଜଡ଼ିତ ଓ ତାର ଚେର ଅନେକ ଦୂର ପର୍ଯ୍ୟନ୍ତ ଲମ୍ବିଛି। ଦରକାର ହେଲେ ବୀଣାପାଣିକୁ ରିମାଣ୍ଡରେ ଆଣି ଜେରା ମଧ୍ୟ କରାଯିବ ବୋଲି ପୋଲିସ କହିଛନ୍ତି।