ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ସ୍ଵନାମଧନ୍ୟ ସମ୍ବଲପୁରୀ ଲେଖକ ତଥା କବି ଭବାନୀ ଶଙ୍କର ନାଥଙ୍କ ରବିବାର ଭୋର ୪ଟା ସମୟରେ ଠେମରାସ୍ଥିତ ତାଙ୍କ ବଡ ଜ୍ବାଇଁଙ୍କ ବାସଭବନରେ ହୃତଘାତ ଜନିତ ମୃତ୍ୟୁ ହୋଇଯାଇଛି। ଏ ଖବର ପ୍ରଚାର ହେବା ମାତ୍ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି। ସେ ହିରାଖଣ୍ଡ ସମବାୟ ସମିତିର ନାଥ ବାବୁ ନାମରେ ପରିଚିତ ଥିଲେ । ତାଙ୍କର ମୃତ୍ୟୁ ଶର୍ଯ୍ୟାନିକଟରେ ଚାରି ଝିଅ ଜ୍ବାଇଁ ଓ ନାତି ନାତୁଣୀ ତଥା ଅନ୍ୟାନ୍ୟ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କର ଅନ୍ତିମ ସଂସ୍କାର ଠେମରାସ୍ଥିତ ଶ୍ୱଶାନରେ କରାଯାଇଥିଲା ।