ହେଡଲାଇନସ୍:

ମୋଟୁ ପୋଲିସକୁ ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି/ବି ଶ୍ରୀନିବାସ ପାତ୍ର : ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ପୋଲିସକୁ ମିଳିଛି  ସଫଳତା । ୮୬ . ୨ କେଜି  ଗଞ୍ଜେଇ ସହ ଗୋଟିଏ ମୋଟର ସାଇକେଲ, ମୋବାଇଲ ଓ ନଗଦ ୭୦୦୦ ଟଙ୍କା କରିଛି ଜବତ |   ଘଟଣାରେ ସଂପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ  । ପୋଲିସକୁ ଦେଖି ଘଟଣା ସ୍ଥଳରୁ ସଂପୃକ୍ତ ଅନ୍ୟ ୫  ଅଭିଯୁକ୍ତ ଓ ଗୋଟିଏ ବୋଲେରୋ ପିକଅପ ଗାଡି ଫେରାର ହୋଇଯାଇଛି । ସେମାନଙ୍କୁ ଧରିବା ପାଇଁ ପୋଲିସ  ଉଦ୍ୟମ ଜାରୀରଖିଛି ।                     

ମୋଟୁ ଥାନାଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି  ରାତି ପ୍ରାୟ ୧୧ଟା ସମୟରରେ ଏସ ଆଇ ନିମାଇଁ ଚରଣ ପଣ୍ଡାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ମୋଟୁ ଥାନା ଅନ୍ତର୍ଗତ ଅନନ୍ତପାଲି ଛକଠାରୁ କିଛି ଦୂରରେ ଏକ ବୋଲେରୋ ପିକଅପ ଗାଡ଼ିରେ କିଛି ଯୁବକ କୌଣସି ଜିନିଷ ଲୋଡ ଓ ଅନଲୋଡ କରୁଥିବା ଦେଖି ସନ୍ଦେହ ହେବା ପରେ ପେଟ୍ରୋଲିଂ କରୁଥିବା ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୋଲିସ ଗାଡି ଆସୁଥିବା ଦେଖି ଘଟଣା ସ୍ଥଳରୁ ଥିବା ବୋଲେରୋ ପିକ ଅପ ଗାଡି ଦ୍ରୁତ ଗତିରେ ପଳାଇ ଯାଇଥିଲା । ସେଠାରେ ଥିବା ୮୬କେଜି୨୦୦ ଗ୍ରାମ ଗଂଜେଇ ସହ ଗୋଟିଏ ମୋଟର ସାଇକେଲ,ମୋବାଇଲ ଫୋନ, ଓ ନଗଦ ୭ ହଜାର ଟଙ୍କା ଜବତ କରିବା ସହିତ ଘଟଣାରେ ସଂପୃକ୍ତ ଥିବା ପୁସୁଗୁଡା ପଞ୍ଚୟତର  ଏମ ଭି ୫୫ ଗାଁର ପ୍ରସନଜୀତ ସମଜଦାର ଓ କାଲିମେଳା କୋଟାଗୁଡା ଗାଁର ଆଦିତ୍ୟ ମାଡିଙ୍କୁ ପୋଲିସ ଗିରଫ କରିଛି । ଏ ନେଇ ମୋଟୁ ଥାନାରେ case no -57/2020 ଦଫା 20(b)(ii)(c)27a NDPS act ଧାରାରେ ମାମଲା ରୁଜୁ କରାଯାଇଛି ବୋଲି ମୋଟୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ କହିଛନ୍ତି । ଘଟଣା ରେ ସଂପୃକ୍ତ ଥିବା ଫେରାର ଅଭିଯୁକ୍ତ ଓ  ବୋଲେରୋ ଗାଡି କୁ ଧରିବା ପାଇଁ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ଆଇଆଇସି ଶ୍ରୀ  ସାହୁ କହିଛନ୍ତି । ଫେରାର ଥିବା ବୋଲେରୋ ପିକାପ ଗାଡି mpv 81 ଗାଁର ବୋଲି ଗିରଫ ଅଭଯୁକ୍ତ ମାନେ ପୋଲିସ ସମ୍ମୁଖରେ ପ୍ରକାଶ କରିଛନ୍ତି |

 

0
0
0
s2sdefault