ହେଡଲାଇନସ୍:

ରାଇସ ମିଲରେ ଅଘଟଣ :  କାନ୍ଥ ପଡି ୧୪ ଗୁରୁତର ଆହତ, ୧ମୃତ । 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ କ୍ଷତି ପୂରଣ ଦେବା ପାଇଁ ଦାବି କରିଛି ବିଜେପି

 ବି ଶ୍ରୀନିବାସ ପାତ୍ର /ମାଲକାନଗିରି :  ଜିଲ୍ଲା ସଦର ମହକୁମା ସ୍ଥିତି ଲାଠିଆଗୁଡା ଥିବା ଜନୈକ ମାଲିକ ଙ୍କ ତିନୋଟି ରାଇସ ମିଲ ମଧ୍ୟରୁ ତ୍ରିନାଥ ରାଇସ ମିଲରେ ଆଜି କାମ ଚାଲିଥିବା ବେଳେ ହଠାତ ମିଲ ର ଏକ କାନ୍ଥ ଭଶୁଡି ପଡିଥିଲା । ଫଳରେ ମିଲ ରେ କର୍ଯ୍ୟରତ ୧୫ରୁ ଅଧିକ କର୍ମଚାରୀ କାନ୍ଥ ତଳେ ଚାପି ହୋଇପଡିଛନ୍ତି ।ଖବର ପାଇ ଅଗ୍ନିଶମ ବିଭାଗ, ପୋଲିସ, ଜିଲ୍ଲା ପ୍ରଶାସନ  ଘଟଣା ସ୍ଥଳରେ  ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ୧୫ଜଣ ଙ୍କ ମଧ୍ୟରୁ ୧୪ଜଣ ଆହତ ହୋଇଥିବାବେଳେ ୧ଜଣଙ୍କ ଅବସ୍ଥା ଗୁରୁତର ହୋଇ ମେଡିକାଲ ରେ ମୃତ୍ୟୁ ହୋଇଛି ।   ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ମାଲକାନଗିରି ମେଡିକାଲକୁ ଆମ୍ବୁଲାନ୍ସ ମାଧ୍ୟମରେ ପଠାଯାଇଛି । ତେବେ କାର୍ଯ୍ୟରତ ଶ୍ରମିକଙ୍କ ସଠିକ ତଥ୍ୟ ଜଣାପଡୁନଥିବାରୁ ବର୍ତ୍ତମାନ  ସୁଦ୍ଧା ସେଠାରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣା ର ତଦନ୍ତ ଚାଲିଥିବା ବେଳେ ସ୍ଥାନୀୟ ତହସିଲଦାର କାର୍ଯ୍ୟାନୁଷ୍ଠାନ ବାବଦରେ ଜିଲ୍ଲାପାଳ ଙ୍କ ଆଦେଶ କୁ ଅପେକ୍ଷା କରିଛୁ ବୋଲି ସେ ପ୍ରକାଶ କରିଛନ୍ତି । ସେପଟେ ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସମସ୍ତଙ୍କୁ କ୍ଷତି ପୂରଣ ଦେବା ପାଇଁ ଦାବି କରିଛି ବିଜେପିର ଏକ ପ୍ରତିନିଧି ଦଳ। ବିଜେପି ର ଏକ ପ୍ରତିନିଧି ଦଳ ସମସ୍ତ ଆହତଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।

 

0
0
0
s2sdefault