ବରଗଡ :- ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରମାଗତ ଲଗାଣ ବର୍ଷା ଜିଲ୍ଲାର କିଛି ସ୍ଥାନରେ ବନ୍ୟାର ରୂପ ନେଲାଣି । ଜିଲ୍ଲାର ପ୍ରବାହିତ ପ୍ରାୟ ସବୁ ନଦୀ ଏବେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ନଈ କୁଳ ମାନଙ୍କରେ ନଈବଢି ଦେଖିବା ପାଇଁ ସ୍ଥାନୀୟ ଲୋକେ ଜମା ହେଉଥିବାର ମଧ୍ୟ ଦେଖିବାକୁ ମିଳୁଛି । ଏହିଭଳି ଏକ ନଈବଢି ଦେଖିବାକୁ ଯାଇ ପାଂଚବର୍ଷର ଶିଶୁ କନ୍ୟା ନିଖୋଜ ହୋଇଯିବା ପରି ଅଭାବନୀୟ ଘଟଣା ଆଜି ସନ୍ଧ୍ୟାରେ ବରଗଡ଼ ଜିଲ୍ଲାରେ ଘଟିଛି । ବରଗଡ଼ ସହର ନିକଟ ସର୍ଲା ଗ୍ରାମଠାରେ ଥିବା ନୁଜିବିଡ଼ୁ ସିଡ୍ସ ନାମକ ଏକ ବିହନ କମ୍ପାନୀ ରେ କାର୍ଯରତ ଡ଼ି.ପେଦାବାବୁଙ୍କ ପାଂଚ ବର୍ଷର ଝିଅ ଡ଼ି.ହର୍ଷିନୀ ଦନ୍ତା ନଦୀରେ ଭାସି ଯାଇଥିବା ଖବର ମିଳିଛି । ଆଜି ଅପରାହ୍ନରେ ନଈବଢି ଦେଖାଇବା ପାଇଁ ପ୍ଳାଣ୍ଟର ମେନେଜର ଛୋଟ ପିଲାଙ୍କୁ ଧରି ଦନ୍ତାନଦୀ କୁ ଯାଇଥିଲେ । ତାଙ୍କ ସହିତ ହର୍ଷିନୀ ମଧ୍ୟ ଯାଇଥିଲେ । ତେବେ ସେଠାରେ ତାର ଚପଲ ପାଣିରେ ଭାସି ଯାଉଥିବା ବେଳେ ତାକୁ ଆଣିବାକୁ ଯାଇ ହର୍ଷିନୀ ପାଣିରେ ଭାସିଯାଇ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । ପ୍ରଶାସନ ସହିତ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଖୋଜାଖୋଜି ଜାରିରଖିଛନ୍ତି ।।
ଅଘଟଣ
ନଈବଢି ଦେଖିବାକୁ ଯାଇ ପାଂଚବର୍ଷର ଶିଶୁ କନ୍ୟା ନିଖୋଜ
- Hits: 555