ହେଡଲାଇନସ୍:

ବାଉଁଶ ବୋଝେଇ ଟ୍ରକ ଭାଙ୍ଗିଲା ୩ ବାଇକ ଓ ଗୋଟାଏ ସାଇକେଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହର ମଧ୍ୟଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ମୁର୍ଗାବାଡ଼ି ଗୋଲେଇରେ ଦେଉଳିରୁ ବାଉଁଶ ବୋଝେଇ କରି ଦୁଇଟି ଟ୍ରକ ଆସୁଥିବା ବେଳେ ରାସ୍ତାରେ ଉହଠିଥିବା କେବୁଲ ତାରରେ ଛନ୍ଦି ହୋଇଯାଇ ଥିଲା । ଫଳରେ ଟ୍ରକରୁ ସିଜି ୦୪-ଜେସି ୨୭୭୭ ନମ୍ବର ବିଶିଷ୍ଟ ଟ୍ରକରୁ ବାହାରକୁ ବାହାରି ରହିଥିବା ବାଉଁଶରେ ରାସ୍ତା ପାଶ୍ୱର୍ରେ ଛିଡ଼ା ହୋଇଥିବା ଓଆର ୧୧ କେ ୩୪୮୬ ଓ ୮୫୪୯ , ଓଆର ୧୧ବି ୧୨୭୫ ନମ୍ବର ବିଶିଷ୍ଟ ୩ଟି ବାଇକ ଭାଙ୍ଗିରୁଜି ଯାଇ ଥିବା ବେଳେ ଏକ ସାକେଲ ଚାଳକକୁ ସାଇକେଲ ସହିତ ଟେକି ନେଇ ଥିଲା । ସାଇକେଲ ଚାଳକ ଦୂରକୁ ଛିଟିକି ପଡ଼ି ସାମାନ୍ୟ ଆହତ ହୋଇଥିବା ବେଳେ ସାଇକେଲ ଟ୍ରକଟରେ ରହିଥିବା ବାଉଁଶରେ ଝୁଲି ରହିଥିଲା । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା ଓ ଟ୍ରକକୁ ଅଟକାଇ ରଖିଥିବା ଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ପୁଲିସ ପହଁଞ୍ଚି ନ ଥିଲା । ସୂଚନାଯୋଗ୍ୟ, ଗୁରୁବାର ଅପରାହ୍ନରେ ଆସିଥିବା କାଳବୈଶାଖୀରେ ସହରର ବିଭିନ୍ନ ସ୍ଥାନରେ ଗଛର ଡ଼ାଳପତ୍ର ଭାଙ୍ଗିବା ସାଙ୍ଗକୁ  ବିଦୁ୍ୟତ ଓ କେବଲ ତାର ମଧ୍ୟ ଛିଣ୍ଡି ଯାଇ ଥିଲା । ମୁର୍ଗାବାଡ଼ିରେ ଉକ୍ତ କେବଲ ତାର ତଳକୁ ସାମାନ୍ୟ ଓହଳି ଆସିଥିବାରୁ ବାଉଁଶ ବୋଝେଇ ଟ୍ରକରେ ଲାଗି ଯାଇଥିଲା ।

 

0
0
0
s2sdefault