ନୟାଗଡ଼ (ବିଶ୍ୱଜିତ ନାୟକ ) - କରୋନା ଯୁଦ୍ଧ ଲୋକଙ୍କ ପାଇଁ ଲଢୁ ଥିବା ଜଣେ କରୋନା ଯୋଦ୍ଧା ନିଜେ ଏ ଲଢେଇରେ ହାରିଯାଇଛନ୍ତି | ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି ।ପ୍ରଥମେ ସହର , ଏବେ ଗାଁ ଗାଁରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତରଙ୍କ ଆଜି ମୃତ୍ୟୁ ଘଟିଛି । ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ମୀନକେତନ ବଳିୟାରସିଂଙ୍କ ଠାରେ କିଛି ଦିନ ତଳେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଆଜି ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହେବା ପରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ଏବଂ ନୟାଗଡ଼ ସହରରେ ଭୟ ବଢ଼ିଛି ।