ହେଡଲାଇନସ୍:

18ରୁ 24ପର୍ଯ୍ୟନ୍ତ ମାଓ ସହିଦ ଦିବସ ପାଳନ କରିବାକୁ ଲାଲ ବାହିନୀର ଆହ୍ୱାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି: ପୁଣି ଲାଲ ବାହିନୀର ତାଣ୍ଡବ I ଯାହା କି କନ୍ଧମାଳ ଜିଲ୍ଲାରେ ଦୀର୍ଘ ଦିନର ନୀରବତା ପରେ ପୁଣି ମାଓସ୍ଥିତି ଜାହିର କଲେ ମାଓବାଦୀ I ଗତକାଲି ବାଲିଗୁଡା ଉପଖଣ୍ଡ ଥାନା ଅଞ୍ଚଳର କଂଜାମେଣ୍ଡି  ଛକ ନିକଟ NH5ମୁଖ୍ୟ ରାସ୍ତାରେ ମାଓ ବ୍ୟାନର ମାରିବା ସହ ସନ୍ଧ୍ୟାରେ ବାଲିଗୁଡା ଥାନା ର ଅପରପାର୍ଶ୍ଵରେ ମାତ୍ର କେତେ ସହ ମିଟର ଦୂରତା ରେ ପୁଣି ଏକ ବ୍ୟାନର ମାରି ଆସନ୍ତା ଅଗଷ୍ଟ 18ରୁ 24ପର୍ଯ୍ୟନ୍ତ ମାଓ ସହିଦ ଦିବସ ପାଳନ କରିବାକୁ ଆହ୍ୱାନ ଦେଇଥିବା ବେଳେ,ଗତ ଜୁଲାଇ ମାସରେ ସିର୍ଲାର ଚିରିକୁଟି ଓ ସୁଫଲା ଜଙ୍ଗଲରେ  ସହିଦ ହୋଇଥିବା କମ୍ରେଡ ମାଓବାଦୀ ଙ୍କୁ ଲାଲ ସଲାମ ଜଣାଇଥିଲେ ହେଲେ ମାଓ ସହିଦ ସପ୍ତାହ ଆରମ୍ଭ ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ବାଲିଗୁଡାରୁ ଲଣ୍ଡା ଗାଁ SH41ରାସ୍ତା କାମରେ ନିୟୋଜିତ ଥିବା ଠିକା କ୍ୟାମ୍ପ ରେ ଗୋଟିଏ ଡମ୍ଫର, ଗୋଟିଏ ଟାଙ୍କର ଓ ଗୋଟିଏ ଟ୍ରାକଟରରେ ନିଆ ଲଗାଇ ବ୍ୟାନର, ପୋଷ୍ଟର ମାଧ୍ୟମରେ ସୁରକ୍ଷା କର୍ମୀମାନେ ଗତ ଜୁଲାଇ  ମାସରେ  ଏନକାଉଣ୍ଟରରେ ମାରିଥିବା 7କମ୍ରେଡ ମାଓବାଦୀଙ୍କ ହତ୍ୟା ଘଟଣାକୁ ଦୃଢ ଭାବରେ ନିନ୍ଦା କରିବା ସହ କନ୍ଧମାଳ ଜିଲ୍ଲାର ବାଲିଗୁଡା ପୁଲିସକୁ ଚ୍ୟାଲେଞ୍ଜ ଦେଇ ଏକ ପ୍ରକାର ନିଜର ସ୍ଥିତି ଜାହିର କରି ଚେତାବନୀ ଦେଇଥିବା ଅନୁମାନ ମତ ପ୍ରକାଶ ପାଇଛି I କିନ୍ତୁ ବାଲିଗୁଡାରୁ ଲଣ୍ଡା ଗାଁ ରାସ୍ତା ଦେଇ ବୌଦ୍ଧ ଯିବା ରାସ୍ତାରେ ଗଛ ଓ ବ୍ୟାନର ଲଗାଯାଇଥିବାରୁ SOP ଗୁରୁତ୍ୱ ଦେଇ ପୋଲିସ ପକ୍ଷରୁ କେହି ଯାଇନ ଥିଲେ ହେଁ ସମ୍ପୃକ୍ତ ଅଂଚଳକୁ କଡା ନଜର ରଖାଯାଇଥିବା ବାହ୍ୟ ସୂତ୍ରରୁ ଜଣାପଡିଛି |

0
0
0
s2sdefault