ବରଗଡ: ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଯନ୍ତ୍ରୀ । ବରଗଡ ଟାଉନଥାନା ଅଞ୍ଚଳରେ ଥିବା ଦୁଇ ଜଣ ସରକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି । କଳାହାଣ୍ଡି ଜିଲ୍ଲା ନର୍ଲା ସହକାରୀ ଯନ୍ତ୍ରୀ ରସାନନ୍ଦ ମାଝୀଙ୍କ ଘରେ ଚଢଉ ହୋଇଥିବା ବେଳେ ରେଙ୍ଗାଲିି କ୍ୟାମ୍ପ ଜଳ ସେଚନ ବିଭାଗର ସରକାରୀ ଯନ୍ତ୍ରୀଙ୍କ ଘରେ ମଧ୍ୟ ଚଢଉ ହୋଇଛି । ଆୟବର୍ହିଭୂତ ସମ୍ପତିଠୁଳ ଅଭିଯୋଗରେ ଉଭୟଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢଉ କରିଥିବା ସୂଚନା ମିଳିଛି ।
ରସାନନ୍ଦ ମାଝୀଙ୍କ ବରଗଡ଼ ଶିବାନନ୍ଦନଗର ସ୍ଥିତ ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ କରାଯାଇଛି । ସେ ଏବେ ଭବାନୀପାଟଣାରେ ଜଳସେଚନ (ରେତ) ବିଭାଗରେ କାର୍ଯ୍ୟରତ ଥିବା ଜଣାପଡିଛି । ସେହିପରି ଘନଶ୍ୟାମ ସେଠ ଅତାବିରା ରେଙ୍ଗାଲି କ୍ୟାମ୍ପର ଜଳସେଚନ ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କର ବରଗଡ଼ ବନ୍ଧୁଟିକ୍ରା ସ୍ଥିତ ବାସଭବନରେ ଚଢଉ ଜାରି ରହିଛି । ଉଭୟଙ୍କ ମେ।ଟ ୧୦ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଥିବାରୁ ମୋଟ ସମ୍ପତିର ଆକଳନ କରାଯାଇପାରିନାହିଁ ।