ଝାରସୁଗୁଡ଼ା /(ସୁଭାଷ ସହାରେ) : କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ ଓ ନିୟମକୁ ବେଖାତିର କରି ଝାରସୁଗୁଡ଼ାର ସରବାହାଲ ଅଞ୍ଚଳରେ ବୁଲାବୁଲି କରୁଥିବା ଏସ ଏମ ସିର ଜଣେ କର୍ମଚାରୀଙ୍କ ନାମରେ ଝାରସୁଗୁଡ଼ା ବିଡିଓ ପ୍ରସନ୍ନ କୁମାର ପାଣ୍ଡେ ଓ କୋଲାବିରା ତହସିଲଦାର ତଥା କୋଭିଡ ମାଜିଷ୍ଟ୍ରେଟ ଗୋଲୋକ ବିହାରୀ ମଙ୍ଗରାଜ ଝାରସୁଗୁଡ଼ା ଟାଉନ ଥାନାରେ ଏକ ମିଳିତ ଏଫ ଆଇ ଆର ରୁଜୁ କରିଛନ୍ତି।
ଗତ ଜୁଲାଇ ୨୫ ତାରିଖରେ ସରବାହାଲସ୍ଥିତ ପାୱାର ହାଉସ ଅଞ୍ଚଳରେ ଏକ କୋରୋନା ପଜିଟିଭ ରୋଗୀ ଚିହ୍ନଟ ହେବାରୁ ଏହି ଅଞ୍ଚଳକୁ ଜିଲ୍ଲାପାଳ ୨୬ ତାରିଖରୁ ନିଷିଦ୍ଧାଞ୍ଚଳ ଭାବରେ ଘୋଷଣା କରିଥିଲେ। ମାତ୍ର ହିର୍ମା ଗ୍ରାମପଞ୍ଚାୟତରେ ଅବସ୍ଥିତ ଥିବା ଏସ ଏମ ସି କମ୍ପାନୀର ଉକ୍ତ କର୍ମଚାରୀ କୋଭିଡ ନିୟମର ଉଲ୍ଲଘଂନ କରି ନିଜ ବାସସ୍ଥାନ ଛାଡ଼ି ଗତ ୨୫ ଜୁଲାଇରେ ସରବାହାଲର ଅନ୍ୟ ଏକ ଜନବସତିରେ ସ୍ଥିତ ହୋତା ଗେଷ୍ଟ ହାଉସରେ ହୋଟେଲର ମ୍ୟାନେଜର ଓ ଏସ ଏମ ସିର କର୍ତ୍ତୃପକ୍ଷଙ୍କ ଜ୍ଞାତସାରରେ ରହିବାକୁ ଆସିଥିଲେ। ଅତଏବ ସରକାରୀ ଅଧିକାରୀଦ୍ବୟ ଏହି ଅପରାଧ ପାଇଁ ହୋଟେଲ ମ୍ୟାନେଜର, କମ୍ପାନୀ କର୍ତ୍ତୃପକ୍ଷ ଓ ସଂପୃକ୍ତ କର୍ମଚାରୀ ତିନିଜଣ
ଏଫ ଆଇ ଆର ରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଉକ୍ତ କର୍ମଚାରୀ କୋରୋନା ମହାମାରୀର ଭୟଙ୍କାରିତା ବିଷୟରେ ଅବଗତ ଥାଇ ମଧ୍ୟ ଗତ ୨୫ ଜୁଲାଇରୁ ୩ ଜୁଲାଇ ପର୍ଯ୍ୟନ୍ତ ବରାବର ପାୱାର ପ୍ଲାଣ୍ଟକୁ ଯାଇ କାର୍ଯ୍ୟ କରୁଥିଲେ। ବିଭାଗୀୟ ମୁଖ୍ୟ କେ ରବୀନ୍ଦ୍ର କୁମାର,ସମସ୍ତ ସ୍ଥିତି ବିଷୟରେ ସଂପୂର୍ଣ୍ଣ ଭାବରେ ଜ୍ଞାତ ଥିଲେ। ଅଗଷ୍ଟ ୧ ତାରିଖରେ ଏସ ଏମ ସି ର ତିନି ଜଣ କର୍ମଚାରୀ କୋରୋନା ପଜିଟିଭ ଥିବା ଜଣାପଡ଼ିଥିଲା। ଏହାପରେ ଉକ୍ତ କର୍ମଚାରୀଙ୍କ ନାମ ମଧ୍ୟ କଣ୍ଟ୍ରାକ୍ଟ ଟ୍ରେସିଂରେ ଆସିବାରୁ ତାଙ୍କର ସ୍ବାବ ନମୂନା ଗତ ଅଗଷ୍ଟ ୪ ତାରିଖରେ ମେଡିକାଲ କର୍ତ୍ତୃପକ୍ଷଙ୍କ ଦ୍ବାରା ନିଆଯାଇଥିଲା ଏବଂ ଅଗଷ୍ଟ ୧୦ ତାରିଖରେ ସେ ପଜିଟିଭ ଥିବା ଜଣାପଡ଼ିଥିଲା।
ଏଫ ଆଇ ଆର ରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ପୋଲିସ କିମ୍ବା ପ୍ରଶାସନକୁ ନ ଜଣାଇ ଏସ ଏମ ସିର ଅଭିଯୁକ୍ତ କର୍ମଚାରୀ ଅଗଷ୍ଟ ୫ ତାରିଖରେ ମେଘଦୂତରେ ହୋଟେଲରେ ରହିଥିଲେ। ଏହାକୁ ଏପିଡେମିକ ଡିଜିଜ୍ ଏକ୍ଟ ଓ ଓଡ଼ିଶା ସରକାରଙ୍କ କୋଭିଡ-19ର ନିୟମାବଳୀର ଉଲ୍ଲଘଂନ ବୋଲି ଦର୍ଶାଇ ଅଭିଯୋଗକାରୀ ଅଧିକାରୀ ମାନେ ଏହାଦ୍ବାରା କମ୍ପାନୀର ଅନ୍ୟାନ୍ୟ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଅଭିଯୋଗ କରିଛନ୍ତି।
ଏହି ଏଫ ଆଇ ଆରକୁ ଭିତ୍ତି କରି ଦୋଷୀଙ୍କ ଉପରେ Epidemic Disease Act ର ସେକ୍ସନ 3, IPC ର u/s 188,269 ଏବଂ 270 ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଫ ଆଇ ଆର ରେ ବିଡିଓ ଶ୍ରୀ ପାଣ୍ଡେ ଓ ତହସିଲଦାର ଶ୍ରୀ ମଙ୍ଗରାଜ ଉଲ୍ଲେଖ କରିଛନ୍ତି।