ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନାରେ ଆଜି ଗୋଟିଏ ଦିନରେ ଦୁଇଟି ଅପାମୃତ୍ୟ ମାମଲା ରୁଜୁ କରାଯାଇଛି । ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ସୂଚନା ମୁତାବକ କେରମେଲାବାହାଲ ଗ୍ରାମପଞ୍ଚାୟତ ର ଗଣ୍ଡପାଳି ଗ୍ରାମର ମଧୁ ନାୟକ (୫୧) ନିକଟସ୍ଥ ହରଡ଼ାଟାଲ ଜଙ୍ଗଲରେ କୀଟ ନାଶକ ପିଇ ଆତ୍ମହତ୍ୟା କରିଥିଲେ । ପୋଲିସ ର ପ୍ରାଥମିକ ତଦନ୍ତରୁ ଏହା ଘରୋଇ କଲହରୁ ଘଟିଥିବା ପୋଲିସ ସୂତ୍ରରୁ ପ୍ରକାଶ । ସେହିଭଳି ବରତୁଣ୍ଡା ଗ୍ରାମପଞ୍ଚାୟତ ର ବାମନଟାଲ ନିବାସୀ ଧୁବା ଜରଜରିଆ (୪୫) ଏକ କୂଅରେ ମୃତ ଅବସ୍ଥାରେ ପଡିଥିବା ଗ୍ରାମବାସୀ ମାନେ ଦେଖି ପୋଲିସ କୁ ଖବର ଦେଇଥିଲେ । ପାଇକମାଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ଅତ୍ୟଧିକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଧୋବା କୂଅରେ ପଡ଼ିଯାଇ ମୃତ୍ୟୁ ବରଣ କରିଥାଇ ପାରନ୍ତି । ତେବେ ଥାନା ଅଧିକାରୀ ଶ୍ରୀ ମନବୋଧ ଙ୍କର କହିବା ମୁତାବକ ଉଭୟ ଅପମୃତ୍ୟର ତଦନ୍ତ ଜାରି ରହିଛି ।
ଅଘଟଣ
ଗୋଟିଏ ଦିନରେ ଦୁଇଟି ଅପମୃତ୍ୟୁ
- Hits: 1917