ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଛେତେଙ୍ଗା ଗ୍ରାମପଞ୍ଚାୟତ ର କୁତ୍ରମାଲ ଗ୍ରାମର ପୁଟୁ ବଂଛୋର ଙ୍କର ସ୍ତ୍ରୀ ଓ ତାଙ୍କର ପାଞ୍ଚ ବର୍ଷୀୟ ଝିଅ ତାଙ୍କର ବିଲର ଏକ ପତିତ୍ୟକ୍ତ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ପରିବାର ତରଫରୁ ଗତକାଲି ପାଇକମାଲ ଥାନାରେ ରିପୋର୍ଟ କରା ଯାଇଥିଲା । ଖବର ପାଇବା ପରେ ପାଇକମାଲ DSP ଶ୍ରୀ ଦିନେଶ ନାୟକ ଓ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ସହିତ ପୋଲିସ ଟିମ ଘଟଣା ସ୍ଥଳକୁ ପହଂଛି ତଦନ୍ତ ଅରମ୍ବ କରିଥିଲେ । ଆଜି ସକାଳୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ପାଇକମାଲ ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା ପହଂଛିବା ପରେ ଶବର ପଞ୍ଚନାମା ହେବା ସହିତ ପୋଲିସ ମୃତ ପ୍ରେମ ବଂଛୋର ଓ ତାଙ୍କର ଝିଅର ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟକୁ ପଠେଇ ଦିଆଯାଇଥିଲା ।
ବିଶ୍ଵସ୍ଥ ସୂତ୍ରରୁ ଖବର ମିଳୁଛି ଯେ ଘଟଣା ର ପୁର୍ବ ଦିନ ମୃତକ ଙ୍କର ପରିବାର ରେ ବହୁତ ଝଗଡା ହୋଇଥିଲା । ତେବେ ଯଦି ମୃତକ ପ୍ରେମ ଛୁଆକୁ ଧରି ଆତ୍ମହତ୍ୟା କରିଥାନ୍ତି ତେବେ ତାର କାରଣ କଣ ହୋଇ ପାରେ ? ପରିବାର ଲୋକଙ୍କର କହିବା ମୁତାବକ ନିଜର ଝିଅକୁ ପିନ୍ଧିଥିବା ଶାଢୀରେ ବାନ୍ଧି ପ୍ରେମ କୂଅକୁ ଡେଇଁ ପଡ଼ିଥିଲେ । ପୋଲିସ ଏବେ ମୃତକ ଙ୍କର ପରିବାର ଲୋକଙ୍କ ସହିତ ପ୍ରାଥମିକ ଭାବରେ କଥାବାର୍ତ୍ତା କରିଛି । ଆଗକୁ ତଦନ୍ତ ପରେ ମୃତ୍ୟୁ ର ପ୍ରକୃତ କାରଣ ଜଣା ପଡିବ ବୋଲି ଥାନା ଅଧିକାରୀ ଶ୍ରୀ ମନବୋଧ ଜଣାଇଛନ୍ତି । ପାଇକମାଲ ଥାନାରେ ଅପାମୃତ୍ୟ ମାମଲାରେ କେଶ ନମ୍ବର 13/20 ରୁଜୁ କରି ସବ ଇନ୍ସପେକ୍ଟର ବିପିନ ବାଗ ଘଟଣାର ତଦନ୍ତ ଜାରି ରଖିଛନ୍ତି ।