ହେଡଲାଇନସ୍:

୧୨ବର୍ଷର ଝିଅକୁ ଦୁଷ୍କର୍ମ କଲେ ୬୦ବର୍ଷୀୟ ବୃଦ୍ଧ : ଦୁଷ୍କର୍ମ ପରେ ଘଟଣା ସଂପର୍କରେ ନକହିବାକୁ ପୀଡ଼ିତାଙ୍କୁ ଦେଲେ  ଧମକ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଅନୁଗୁଳ (ଶାସକ ପ୍ରଶାସକ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ହିଙ୍ଗଣ୍ଡଳ ଗାଁରେ  ୧୨ ବର୍ଷର ନାବାଳିକାଙ୍କୁ ସେହି ଗ୍ରାମର ୬୦ ବର୍ଷ ବୟସ୍କ ବୃଦ୍ଧ ଦୁଷ୍କର୍ମ କରିଥିବା  ଅଭିଯୋଗ ହୋଇଛି । ଯାହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି । ଗାଁ କମିଟି ନିଷ୍ପତ୍ତି ପରେ ଗ୍ରାମବାସୀ ନ୍ୟାୟ ପାଇଁ ଆଠମଲ୍ଲିକ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳ ୧୦ଟା ବେଳେ ସପୃକ୍ତ ବ୍ୟକ୍ତି ଗାଁର ଜଣେ ନାବାଳିକାଙ୍କୁ ବାଉଁଶ କରଡ଼ ଆଣିବା ପାଇଁ ନିକଟସ୍ଥ ଜଙ୍ଗଲକୁ ଡାକିନେଇଥିଲା ।  ସେଠାରେ ସେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ।  ଘଟଣା ସଂପର୍କରେ କାହାରିକୁ କିଛି ଜଣାଇଲେ ଜୀବନରୁ ମାରିଦେବାକୁ କହିଥିଲେ । ରାତିରେ ନାବାଳିକା ଜଣଙ୍କ ଏ ସଂପର୍କରେ ତାଙ୍କ ଘରେ  କହିବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା ।

ପରିବାର ଲୋକ ଏବିଷୟରେ ଗାଁରେ ଆଲୋଚନା କରିବା ପରେ  ଆଜି ଆଠମଲ୍ଲିକ ଥାନାକୁ  ଆସିଥିଲେ । ଏ ନେଇ ଆଠମଲ୍ଲିକ ଥାନାରେ ଏତଲା ଦେଇଛନ୍ତି ଗ୍ରାମବାସୀ । ଦୁଷ୍କର୍ମକାରୀକୁ ଗିରଫ କରିବା ନେଇ ଗ୍ରାମବାସୀ ଦାବି କରିଛନ୍ତି । ଦୁଷ୍କର୍ମ କରି ଫେରାର ହୋଇଯାଇଥିବା ଶିବ ପ୍ରଧାନକୁ ପୋଲିସ ଆଠମଲ୍ଲିକ ପୋଲିସ ଥାନାକୁ ଆଣିଥିବା ଜଣାପଡିଛି । ପୀଡିତା ନାବାଳିକାଙ୍କ ଡାକ୍ତରୀ ମାଇନା କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

 

0
0
0
s2sdefault