ସମ୍ବଲପୁର-(ରମାକାନ୍ତ ବିଶ୍ବାଳ): ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଅମାପାଲି ଗ୍ରାମରୁ କୋଲକତାକୁ ଗୋ ଚାଲାଣ ହେଉଥିବା ସମୟରେ ଗ୍ରାମବାସୀମାନେ ଏହାକୁ ରୋକିବାରେ ସଫଳ ହୋଇଛନ୍ତି । ଗାଈ ଚାଲଣ କରୁଥୁବା ଅଭିଯୁକ୍ତ ଓ ଗାଡିକୁ ଗ୍ରାମବସୀ ମାନେ ଅଟକ ରଖି ରେଙ୍ଗାଲି ପୁଲିସକୁ ଖବର ଦେବାପରେ ଘଟଣାସ୍ଥଳକୁ ପୁଲିସ ପହଂଚି ୪୨ଟି ଗାଈ ଉଦ୍ଧାର କରି ଝାରସୁଗୁଡା ଗୋଶାଳାକୁ ପଠାଇଛି । ସେହିପରି ଗାଈ ବୋଝେଇ କନଟେନରକୁ ଜବତ କରିବାସହ ଏଥିରେ ସମ୍ପୃକ୍ତଥିବା ୫ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ପଶ୍ଚିମବଙ୍ଗର ସାମିମ ଅହମଦ(୫୨), ଛତିଶଗଡର ୱଧରାମ ୟାଦବ(୩୧), ଭରତଲାଲ ମିରି(୩୨), ଝାରସୁଗୁଡା ଜିଲ୍ଲା ଅମାପାଲିର ନାରା ସାଗର(୩୮), ସୁବାଷ ସାଗର ବୋଲି ରେଙ୍ଗାଲି ଆଇଆଇସି ସାରଙ୍ଗଧର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ତେବେ ଅମାପାଲି ନିକଟରେ ଆଖପାଖ ଗ୍ରାମ ତଥା ଜିଲ୍ଲାରୁ ଗାଈ ଆଣି ରଖାଯାଉଛି । ଏବଂ କେତେକ ଦୁର୍ବୁତ୍ତ ସେହି ଗାଈଗୁଡିକୁ କଲିକତା ସୁନ୍ଦରଗଡ ଆଦି ସ୍ଥାନକୁ ଚାଲାଣ କରୁଛନ୍ତି । ତେଣୁ ଏହି ଗାଈ ଚାଲାଣ କରୁଥିବା ଗ୍ୟାଙ୍ଗ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଲୋକେ ଦାବି କରିଛନ୍ତି ।
ଅଘଟଣ
ଗୋ ଚାଲାଣ ରୋକିଲେ ଗ୍ରାମବାସୀ: ୪୨ ଗାଈ ଉଦ୍ଧାର, ୫ ଗିରଫ, କନଟେନର ଜବତ
- Hits: 327