ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ପାଇଁ ଗୁରୁବାର ଦୁଃଖଦ ଖବର ନେଇ ଆସିଛି ମହାମାରୀ କରୋନା l ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ର ୬୭ ବର୍ଷିୟ ପ୍ରଥମ କରୋନା ରୋଗୀ ଙ୍କ ମୃତ୍ୟୁ ହୋଇଛି l ଏନେଇ ସରକାରୀ ସ୍ତରରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି l ଉକ୍ତ ୬୭ ବର୍ଷ ବୟସ୍କ ବ୍ୟକ୍ତି ଜଣକ କୁଚିଣ୍ଡା ବ୍ଲକ କୁସୁମୀ ଅଂଚଳର ବୋଲି ଜଣାଯାଇଛି l ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଏହି ବ୍ୟକ୍ତି ପ୍ରଥମେ ବୁର୍ଲା ଭିମସାର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ। ଏହା ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ରେ ଭର୍ତ୍ତି ହୋଇଥିଲେ l ଗତ ଜୁଲାଇ ୮ ତାରିଖ ଦିନ ତାଙ୍କର ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଥିଲା l ଏହି ଦିନ ଜ଼ିଲ୍ଲା ରୁ ଜଣେ ମାତ୍ର କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ସରକାରୀ ଭାବେ ସୂଚନା ଦିଆଯାଇଥିଲା l ସମ୍ପୃକ୍ତ ରୋଗୀ ଭୁବନେଶ୍ୱର କିମ୍ଏସ କୋଭିଡ ହସପିଟାଲ ରେ ଚିକିତ୍ସିତ ହେଉଥିଲେ l ସେ ଭେଣ୍ଟିଲେଟରରେ ଚିକିତ୍ସାଧୀନ ଥିବାବେଳେ ଗୁରୁବାର ତାଙ୍କ ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଆଜି ରାଜ୍ୟରେ ୧୦ ଜଣ ଙ୍କ ଜୀବନ ନେଇଛି କରୋନା l ଆଜି ମୃତ୍ୟୁ ବରଣ କରିଥିବା ୧୦ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୬୯ ରେ ପହଞ୍ଚିଛି । ଆଜି ମୃତ୍ୟୁ ବରଣ କରିଥିବା ୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମରେ ୪ , ଖୋର୍ଦ୍ଧାରେ ୨ ,ନୟାଗଡ଼, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି ।