ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ବମାଲୋଇ ଗ୍ରାମ ପଞ୍ଚାୟତ ଗୁରୁପାଲି ପାଖ କପିଲାଶ ପଡାରେ ରାମ କିସାନ (୬୦) ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ରାମ କିସାନଙ୍କ ପୁଅ ଭରତଙ୍କ ଏତଲା ଆଧାରେ ରେଙ୍ଗାଲି ଥାନା ଅଧିକାରୀ ଧବଳେଶ୍ବର ସାହୁ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘର ଅଗଣା ରେ ପଡ଼ିଥିବା ରାମ କିସାନଙ୍କ ମୃତ ଶରୀରକୁ ପୋଲିସ ଯବତ କରି ବ୍ଯବେଚ୍ଛଦ ପାଇଁ ବୁର୍ଲା ଭିମସାର ଡାକ୍ତରଖାନାକୁ ପଠାଇଛନ୍ତି। ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରୁ ରକ୍ତଭିଜା ମାଟି ସଂଗ୍ରହ କରି ଫେରି ଯାଇଛନ୍ତି। ପାରିପାର୍ଶ୍ବିକ ପରିସ୍ଥିତି ଏବଂ ଘଟଣାର ପ୍ରାଥମିକ ତଦନ୍ତରୁ ଏହା ପାରିବାରିକ କଲହକୁ କେନ୍ଦ୍ର କରି ଘଟିଥିବା ଅନୁମାନ କରାଯାଥିଲେ ମଧ୍ୟ ହତ୍ୟାର ପ୍ରକୃତ କାରଣ ଜଣାପଡି ନାହିଁ। ମୃତ ରାମ କିସାନଙ୍କୁ ଧାରୁଆ ଅସ୍ତ୍ରରେ କିମ୍ବା ଅନ୍ୟ କୌଣସି ସାମଗ୍ରୀ ସାହାଯ୍ୟ ରେ ହତ୍ୟା କରାଯାଇଛି ତାହା ମଧ୍ୟ ଜଣାପଡି ନାହିଁ। ଘଟଣା ସ୍ଥଳରୁ ହତ୍ୟାକାଣ୍ଡରେ ବ୍ଯବହାର କରାଯାଇଥିବା କୌଣସି ସାମଗ୍ରୀ ମଧ୍ୟ ଯବତ ହୋଇ ନାହିଁ। ମୃତ ରାମ କିସାନଙ୍କ ବାମ ପାଖ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏନେଇ ରେଙ୍ଗାଲି ଥାନାରେ ୧୩୧ ନମ୍ବର ଦଫା ୩୦୨ ରେ କେଶ ରୁଜୁ କରାଯାଇ ୨ ଜଣଙ୍କୁ ଅଟକ ରଖା ଯାଇଛି।
ଅଘଟଣ
ବୃଦ୍ଧଙ୍କୁ ନିର୍ମମ ହତ୍ୟା
- Hits: 335