ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ) : ୧୦ ନମ୍ବରର ରାଜ୍ୟ ରାଜପଥକ (ବିଜୁ ଏକ୍ସପ୍ରେସ ୱେ) ଶାସନ ଓଭର ବ୍ରିଜ ଉପରେ ଭାରସାମ୍ୟ ହରାଇ ରାସ୍ତା ପାଶ୍ବ ଡିଭାଇଡରରେ ପଡି ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ହେଲ୍ଟେଡ ମେଡ ପିନ୍ଧି ଥିଲେ ମଧ୍ୟ ମୁଣ୍ଡରେ ଗଭୀର ଆଘାତ ଲାଗି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ସମ୍ବଲପୁର ରିଜର୍ଭ ପୋଲିସ୍ ରେ କାର୍ଯ୍ୟରତ ଥିବା ସୁସଜ୍ଜିତ ନାରଙ୍ଗ (୨୯) ଡିଉଟି ସାରି ନିଜ ଘର ରେଙ୍ଗାଲି ସ୍ଥିତ ଲଛମନ ପଡାକୁ ତାଙ୍କ ବାଇକ
ଓଡି-୧୫-ଜି-୩୪୬୮ ଯୋଗେ ଫେରୁଥିବା ସମୟରେ ଶନିବାର ଅପରାହ୍ନରେ ଏଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ।ପରେ ଏଲଆଣ୍ଡଟି ଆମ୍ବୁଲେନ୍ସ ଯୋଗେ ତାଙ୍କୁ ବୁର୍ଲା ଭିମସାର ଡାକ୍ତରଖାନାକୁ ପଠାଯାଇଥିଲା ସେଠାରେ ଶବ ବ୍ଯବେଚ୍ଛଦ ପରେ ସଂଧ୍ୟାରେ ଗ୍ରାମ୍ଯ ସ୍ମଶାନରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମାପନ କରାଯାଇଛି। ଏଲଆଣ୍ଡଟି ରୋଡ ପାଇଲେଟିଂ ଅଫିସର ଶୀକାନ୍ତ ଗହିର ଅନ୍ୟ କର୍ମଚାରୀଙ୍କ ସହ ଦୁର୍ଘଟଣାରେ ମୃତ ନାରଙ୍ଗଙ୍କୁ ବୁର୍ଲା ଡାକ୍ତରଖାନା ପଠାଇବାରେ ସହଯୋଗ କରିଥିଲେ। ଏ ନେଇ ଶାସନ ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ ହୋଇଛି।