ଘୁ. ଉଦୟଗିରି: ଗଗନ କୁମାର ପ୍ରଧାନ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତ ନାକୁଦୁପଡା ନିକଟ ଜଙ୍ଗଲରେ ପୁଣି ଗତକାଲି ପୁଲିସ ମାଓବାଦୀ ଗୁଳି ବିନିମୟ ହୋଇ ଦୁଇ ମାଓବାଦୀ ମୃତ୍ୟୁ ବରଣ କରିଛନ୍ତି। ଜଣେ ପୁରୁଷ ଓ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଗତ କିଛିଦିନ ପୂର୍ବେ ଏହି ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଗତ କାଲି ଦୁଇ ମାଓବାଦୀଙ୍କ ମୃତ୍ୟୁ ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତିକୁ ଜାହିର କରିଛି । ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ବିନିତ ଅଗ୍ରୱlଲ ଦାୟିତ୍ୱ ଗ୍ରହଣ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଜିଲ୍ଲାରେ ମାଓଦମନ ତାଙ୍କର ପ୍ରଥମ ଲକ୍ଷ ରହିବ ବୋଲି ସୂଚନା ଦେଇଥିଲେ I ରାଜ୍ୟ ପୁଲିସ ମୁଖ୍ୟାଳୟ ଜିଲ୍ଲାର ପୁଲିସ ବିଭାଗର ମାଓଦମନ ପାଇଁ ଚାଲିଥିବା କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରାଯାଇଥିବା ସୂଚନା ମିଳିଛି । ପୁଲିସ ଡିଜି ଅଭୟ ମାଓବାଦୀଙ୍କୁ ଆହ୍ବାନ ଦେଇ କହିଛନ୍ତି ଯେ ରାଜ୍ୟ ସରକାର ଉଦାର ମନୋଭାବ ପୋଷଣ କରନ୍ତି ତେଣୁ ମାଓବାଦୀ ମାନେ ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ I ଏନକାଉଣ୍ଟର ପରେ ପୁଲିସ ମହାନିର୍ଦ୍ଧେଶକ କନ୍ଧମାଳ ଜିଲ୍ଲା ଗ୍ରସ୍ଥ କରିଛନ୍ତି ଏବଂ ଆଇନ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି |