ହେଡଲାଇନସ୍:

କରୋନା ନେଲା ଆଉ ଦୁଇ ଜୀବନ, ବୁଗୁଡା ଓଷ୍ଟା ସଭାପତି ଓ ବୁଗୁଡା ରାଜସ୍ବ ବିଭାଗ ପିଅନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକରେ କରୋନା ନେଲା ଆଉ ଦୁଇ ଜୀବନ। ସେ ଦୁଇ ଜଣହେଲେ ବୁଗୁଡା ବ୍ଲକ ଓଷ୍ଟାର ସଭାପତି ତଥା ବୁଗୁଡା ବୁଦ୍ଧଗିରି ବିଦ୍ୟାପୀଠର ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ଆମର ସାହୁ ଓ ରାଜସ୍ବ ବିଭାଗର କର୍ମଚାରୀ ବାଲିପଦର ଆର ଆଇ ଅଫିସର ପିଅନ ରମେଶ ଚନ୍ଦ୍ର ପଣ୍ଡା। ସ୍ବର୍ଗତ ଅମର ସାହୁ ଗତ ଜୁନ ୩୦ ତାରିଖରେ ଅବସର ଗ୍ରହଣ କରିଥିଲେ। ସେ ବୁଗୁଡା ବ୍ଲକ ଶିକ୍ଷକ ସଂଗଠନ ଓଷ୍ଟା ର ସଭାପତି ଥିଲେ। ମୃତ୍ୟୁ ଖବର ଜାଣିବା ପରେ ବୁଗୁଡା ବ୍ଲକ ପୋଚାଲୁଣ୍ଡି ହାଇ ସ୍କୁଲ ବିଜ୍ଞାନ ଶିକ୍ଷକ ତଥା ଗଂଜାମ ଓଷ୍ଟାର ସମ୍ପାଦକ ବିଜୟ ଚନ୍ଦ୍ର ମହାରଣା ଗଭୀର ଶୋକ ପ୍ରକାଶ କରିବା ସହ ଆତ୍ମାର ସଦଗତି କାମନା କରିଛନ୍ତି। ସେହିପରି ରାଜସ୍ବ ବିଭାଗ କର୍ମଚାରୀ ବାଲିପଦର ଆର ଆଇ ଅଫିସ ପିଅନ ରମେଶ ଚନ୍ଦ୍ର ପଣ୍ଡାଙ୍କ ବିୟୋଗରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବିଡ଼ିଓ ତନ୍ମୟ ପାତ୍ର ଗଭୀର ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି। ସ୍ୱର୍ଗତ ଅମର ସାହୁ ଓ ସ୍ବର୍ଗତ ରମେଶ ଚନ୍ଦ୍ର ପଣ୍ଡା ଉଭୟେ କରୋନା ପଜିଟିଭ ଚିହ୍ନଟ ପରେ ବ୍ରହ୍ମପୁର କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ବୁଧବାର ଦିନ ମୃତ୍ୟୁ ବରଣ କରିଥିଲେ। ଖବର ପ୍ରଚାରିତ ହେବା ପରେ ସାରା ବୁଗୁଡା ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି। ପ୍ରକାଶ ଥାଉକି ଉଭୟଙ୍କ ଧର୍ମପତ୍ନୀ ଦ୍ବୟ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।

 

0
0
0
s2sdefault