ଝାରସୁଗୁଡ଼ା :(ସୁଭାଷ ସହାରେ):ଝାରସୁଗୁଡ଼ା ବଡ଼ମାଲ ଅଞ୍ଚଳ ରେ ୨୧ ତାରିଖ ଗଣେଶ ସାହୁଙ୍କ ଭଡା ଘରୁ ଜିନିଷ ପତ୍ର ଚୋରି ହୋଇଥିବାର ଅଭିଯୋଗ ବଡ଼ମାଲ ଥାନାରେ କରିବା ପରେ ବଡ଼ମାଲ ପୋଲିସ ଏକ ମାମଲା ୧୪୬/୨୦୨୦ ରୁଜୁ କରି ଚଢ଼ାଉ କରି ୫ ଜଣକୁ ଗିରଫ କରି ସାମଗ୍ରୀ ଉଦ୍ଧାର କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଚନ୍ଦନ ମରେଇ, ନିରଞ୍ଜନ ମିର୍ଧା, ମିଥୁନ ଯମଡୁଳିଆ ,ଅନନ୍ତରାମ ବୁଦୁଲା ଓ ମୁରଲୀ ବୁଡା ସମସ୍ତ ଙ୍କ ଘର ବଡ଼ମାଲ ଅଞ୍ଚଳ ରେ ରହିଥିବା ବେଳେ ଏମାନଙ୍କ ପାଖରୁ ସମସ୍ତ ଚୋରି ଜିନିଷ ଉଦ୍ଧାର ହୋଇଥିବା ବଡ଼ମାଲ ପୋଲିସ ସୂଚନା ଦେଇଛନ୍ତି ଏମାନଙ୍କ ବିରୁଦ୍ଧ ରେ ଦଫା ୪୫୭/୩୮୦ ଲଗେଇ ଆଜି କୋର୍ଟ ଚାଲାଣ କରାଯିବ ।
ଅଘଟଣ
ଚୋରି କରିଥିବା ୫ ଜଣ କୁ ଗିରଫ କଲା ବଡ଼ମାଲ ପୋଲିସ ।
- Hits: 464