ହେଡଲାଇନସ୍:

ଚୋରା ବ୍ରାଉନସୁଗାର ବ୍ୟବସାୟୀଙ୍କୁ ୪ ଦିନିଆ ରିମାଣ୍ଡରେ ନେଲେ କ୍ରାଇମବ୍ରାଞ୍ଚ ଏସଟିଏଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଜୁଲାଇ ୧୯ ସକାଳ ସମୟରେ ବାରିପଦା ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର କୁଚେଇ-ବାରିପଦା ରାସ୍ତାରେ ପ୍ରାୟ ସାଢେ଼ ୩ କୋଟିରୁ ଅଧିକ ମୂଲ୍ୟର ୩.୨୮୫କି.ଗ୍ରାମ ଓଜନର ମାରାତ୍ମକ ଚୋରା ବ୍ରାଉନସୁଗାର ଜବତ କରିବା ସହିତ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଚିପଟ ଅସ୍ତିଆ ଗ୍ରାମର ସେକ ମହମ୍ମଦ ଅଲ୍ଲୀଙ୍କ ପୁଅ ସେକ ଆସିକ୍ ଅଲ୍ଲୀଙ୍କୁ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ ଧରିବାରେ ସଫଳ ହୋଇଥିଲେ । ଏହାକୁ ନେଇ ଏସଟିଏଫ ପକ୍ଷରୁ କେଶ ନମ୍ବର ୨୧/୧୯.୦୭.୨୦୨୦ ଏବଂ ଧାରା ୨୧ ସି ୧୯୮୫ ଅନୁସାରେ ଏକ ମାମଲା ରୁଜୁ କରାଯିବା ପରେ ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଅଭିଯୁକ୍ତ ସେକ ଆସିକଙ୍କୁ  ବାରିପଦା ଜିଲ୍ଲା ଓ ଦୌରା ଜଜଙ୍କୁ  ଅଦାଲତରେ ହାଜର କରାଯାଇଥିଲା । ଏଥି ସହିତ ଅଭିଯୁକ୍ତ  ମାରାତ୍ମକ ଚୋରା ବ୍ରାଉନସୁଗାର ବ୍ୟବସାୟୀ ସେକ ଆସିକଙ୍କ  ନିକଟରୁ ଅଧିକ ସୂଚନା ସଂଗ୍ରହ ନିମକ୍ତୋଙ୍କୁ ରିମାଣ୍ଡରେ ନେବା ପାଇଁ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ସସ୍ମୀତା ମହାପାତ୍ର ଅଦାଲତରେ  ଆବେଦନ କରିଥିଲେ । ଜିଲ୍ଲା ଓ ଦୌରା ଜଜ୍ ଏସଟିଏଫର ଆବେଦନକୁ ଗ୍ରହଣ କରି ୪ ଦିନର ରିମାଣ୍ଡ ମଞ୍ଜୁର କରାଇଥିଲେ । ଉକ୍ତ ୪ ଦିନ ମଧ୍ୟରେ ଏସଟିଏଫ ପକ୍ଷରୁ ଅଭିଯୁକ୍ତକୁ ମାମଲା ବାବଦରେ ଅଧିକ ଜେରା କରାଯିବ ବୋଲି ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, କ୍ରାଇମ ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ପକ୍ଷରୁ ଡିଏସପି ରାମଚନ୍ଦ୍ର ଥମ୍ବଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ହୋଇଥିବାର ଜଣାପଡ଼ିଛି ।

             ପ୍ରକାଶ ଥାଉକି, ମୟୂରଭଞ୍ଜ ଚୋରା ମାରାତ୍ମକ ନିଶାଦ୍ରବ୍ୟ କାରବାରର ପେଣ୍ଠସ୍ଥଳ ପାଲଟିଯାଇଛି । ନିଶା ସମ୍ରାଟଙ୍କ ନଜର ଯୁବ ପିଢ଼ିଙ୍କ ଉପରେ ପଡ଼ିଛି । ବାରିପଦା ସହରରେ ଅବକାରୀ ବିଭାଗ ଓ ପୁଲିସ ପକ୍ଷରୁ ବିଭିନ୍ନ ସମୟରେ ଚଢ଼ାଉ କରାଯାଇ ନିଶା ମହାଦ୍ରୁମର ଡ଼ାଳପତ୍ର ଚ୍ଛେଦନ କରାଯାଉଥିବା ବେଳେ ଚେର ଖୋଜି ପାଇପାରୁ ନ ଥିଲେ । ଗତ ଜୁଲାଇ ୧୪ରେ ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ ପରିସରରେ ଥିବା ଶବ ବ୍ୟବଚ୍ଛେଦ ଗୃହ ପାଶ୍ୱର୍ରୁ ପୁଲିସର ସ୍ପେଶାଲ ସ୍କ୍ୱାଡର଼୍ ଓ ବାରିପଦା ଟାଉନ ଥାନା ପୁଲିସ ମିଳିତ ଚଢ଼ାଉ କରି କ ମାଲଗୋଦାମ ଥାନା ଅନ୍ତର୍ଗତ କଲେଜ ସ୍କୋୟାର ସମାଧିପାଟଣା ଅଞ୍ଚଳର ସୌମ୍ୟରଞ୍ଜନ ମିଶ୍ର(୨୯)ଙ୍କୁ ୩.୭୨୦ ଗ୍ରାମ ବ୍ରାଉନସୁଗାର ସହିତ ଗିରଫ କରିଥିଲେ । ଏହି ସମୟରେ ଏସଟିଏଫ୍  ଏହି ମହାଦ୍ରୁମର ମୁଳୋତ୍ପାଟନ  କରାଯିବା ନିମନ୍ତେ ସ୍ୱତନ୍ତ୍ର ଭାବେ ପଦକ୍ଷେପ ଗ୍ରହଣ କରାଯାଇଥିବାର ଜଣାପଡ଼ିଛି ।

0
0
0
s2sdefault