ଉଭୟ ପକ୍ଷରୁ ଥାନାରେ ୨ଟି ଅଭିଯୋଗ ଦାଖଲ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ବ୍ଳକ ସୁନାମୁହିଁ ପଂଚାୟତ କାର୍ଯ୍ୟାଳୟକୁ ସୂଚନା ସମ୍ପର୍କୀତ ତଥ୍ୟ ପାଇଁ ଯାଇଥିବା ସମୟରେ ସୂଚନା ଅଧିକାର ତଥା ସାମାଜିକ କର୍ମୀ ରାମଚନ୍ଦ୍ର ଚୈାଧୁରୀଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ପ୍ରତିପକ୍ଷ ଅନୁସୁଚିତ ଜାତିର ଦୂତୀକୃଷ୍ଣ ନାୟକ(୩୩) ମଧ୍ୟ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଓଡ଼ଗାଁ ପୋଲିସ ଉଭୟ ପକ୍ଷଙ୍କ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି । ସୂଚନା ଅଧିକାର କର୍ମୀ ସୂନାମୁହିଁର ରାମଚନ୍ଦ୍ର ଚୈାଧୁରୀ ପଂଚାୟତରୁ ଡକରା ପାଇ ସୂଚନା ସମ୍ପର୍କୀତ ତଥ୍ୟ ସଂଗ୍ରହ ପାଇଁ ୧୮ ତାରିଖ ୧୦.୩୦ ସମୟରେ ସୁନାମୁହିଁ ପଂଚାୟତ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାକୁ ଯିବା ସମୟରେ ପଂଚାୟତ ପରିଷରରେ ସଦ୍ୟ ମାଟି ପୋତାଯାଇଥିବା ଦେଖି ପ୍ରକଳ୍ପ ସମ୍ପର୍କୀତ ସୁଚନା ପ୍ରଦାନ କରାଯାଇନଥିବା ନେଇ ପଂଚାୟତ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ମାତ୍ର କଂଟେନମେଂଜୋନ ଘୋଷଣା ହୋଇଥିବା ସୁନାମୁହିଁ ପଂଚାୟତରେ କୋଭିଡ ପରିଚାଳନା ପାଇଁ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ସରପଂଚ ମାନସ ସାହୁ ଏବଂ କୋଭିଡ ସ୍ୱେଚ୍ଛାସେବୀ ଦୁତୀକୃଷ୍ଣ ନାୟକ ରାମଚନ୍ଦ୍ର ଚୋଧୁରୀଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଠେଲାପେଲା ଇତ୍ୟାଦି ହୋଇଥିଲା । ଏନେଇ ରାମଚନ୍ଦ୍ର ଚୈାଧୁରୀ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିବା ବେଳେ ଅପରପକ୍ଷ ଦୂତୀକୃଷ୍ଣ ଜାତିଆଣ ଆକ୍ଷେପ ପ୍ରତ୍ୟାକ୍ଷେପ ନେଇ ମଧ୍ୟ ଅଭିଯୋଗ କରିଛନ୍ତି । ଉଭୟଙ୍କ ଅଭିଯୋଗ ନେଇ ଉପଯୁକ୍ତ ତଦନ୍ତ ପରେ ପୋଲିସ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।