ହେଡଲାଇନସ୍:

ଟିକ୍ ଟକ୍ ଭିଡ଼ିଓ, ଆଉ ତାପରେ ବ୍ଲାକମେଲ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଟାଉନ ଥାନା ଅଧୀନ ଅଞ୍ଚଳରେ ଏକ ନାବାଳିକା ଟିକ୍ ଟିକ୍ ଭିଡ଼ିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଉକ୍ତ ପୋଷ୍ଟକୁ କଟକ ଜିଲ୍ଲା ଅଞ୍ଚଳର ସିଦ୍ଧାର୍ଥ କୁମାର ବେହେରା ନାମକ ଏକ ଯୁବକ ନାବାଳିକାର ମୋବାଇଲକୁ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେବା ଆରମ୍ଭ କଲା । ମେସେଜ ପଠାଇ ମୋବାଇଲ ନମ୍ବର ମାଗିଲା । ନାବାଳିକା ନିଜର ମୋବାଇଲ ନମ୍ବର ଦେବାକୁ ବିରୋଧ କରିବା ପରେ ବିଭିନ୍ନ ପ୍ରକାରର ପ୍ରଲୋଭନ ଆଦି ଦେଇ ଏବଂ ସତମିଛ କାହାଣୀ ଶୁଣାଇ ପ୍ରଭାବିତ କରାଇ ତା ନିକଟରୁ ହ୍ୱାଟ୍ସଆପ୍ପ ନମ୍ବର ହାତେଇବାରେ ଯୁବକ ଜଣକ ସଫଳ ହୋଇଥିଲା । ଏହାପରେ ହ୍ୱାଟ୍ସଆପ୍ପରେ  ତୁମକୁ ବହୁତ ଭଲ ପାଏ, ବାହା ହେବାକୁ ଚାହେଁ ଇତ୍ୟାଦି ଇତ୍ୟାମି ମେସେଜ ଦେବାରେ ଲାଗିଲା । ସିଦ୍ଧାର୍ଥ କୁମାର ବେହେରାର ଚିକ୍କଣ କଥାରେ ରାଜି ନ ହେବାରୁ ବାରିପଦାରେ ମୋର ଅନେକ ଲୋକ ରହିଛନ୍ତି । ଜୀବନରୁ ମାରିଦେବା , ଦେହରେ ଏସିଡ଼ ପକାଇବା ଆଦି ଧମକ ଦେଇବା ପରେ ନାବାଳିକା ଜଣକ ଡ଼ରିଯାଇ ସିଦ୍ଧାର୍ଥ ସହିତ ମୋବାଇଲରେ ସମ୍ପର୍କ ସ୍ଥାପନ କରିବାକୁ ବାଧ୍ୟ ହୋଇଥିଲା । ଏହାପରେ ପୁଣି ଥରେ ନାବଳିକାକୁ ତାର ଅଶ୍ଳୀଳ ଫଟୋ ପଠାଇବାକୁ ଧମକ ଦେଇଥିଲା । ଫଟୋ ନ ଦେଲେ ନାବାଳିକା ସହିତ ତାର ପୁରା ପରିବାରକୁ ଜୀବନରୁ ମାରି ଦେବାର ଧମକ ଦେଇଥିଲା । ଫଳରେ ନାବାଳିକା ଜଣକ କୌଣସି ଉପାୟ ନ ପାଇ ଓ ପରିବାରରେ କାହାକୁ ନ ଜଣାଇ ନିଜର ଅଶ୍ଳୀଳ ଫଟୋ ଉଠାଇ ସିଦ୍ଧାର୍ଥକୁ ମୋବାଇଲରେ ଦେବାକୁ ବାଧ୍ୟ ହୋଇଥିଲା । ଏହାପରେ ସିଦ୍ଧାର୍ଥ ୨/ ୪ ଦିନ ବ୍ୟବଧାନରେ ଅଶ୍ଳୀଳ ଫଟୋ ପଠାଇବାକୁ ବାଧ୍ୟ କରାଇ ଆସୁଥିଲା ଏବଂ ନାବାଳିକା ଜଣକ ଆଗପଛ ବିଚାର ନ କରି ନିଜର ଗୋଟାଏ ପରେ ଗୋଟାଏ ଏହିପରି ୧୦ରୁ ଅଧିକ ଅଶ୍ଳୀଳ ଫଟୋ ପଠାଇବାରେ ଲାଗିଲା । ଏହିପରି ବାରମ୍ବାର ନାବାଳିକୁ ତାର ଅଶ୍ଳୀଳ ପଟୋ ପଠାଇବାକୁ ବାଧ୍ୟ କରାଇ ଚାଲିବାରୁ ଶେଷରେ ସମସ୍ତ ଘଟଣା ନିଜ ପରିବାରରେ ପ୍ରକାଶ କରିବାକୁ ବାଧ୍ୟ ହୋଇଥିଲା । ବାପା ନାବାଳିକା ନିକଟରୁ ମୋବାଇଲ ନେଇ ନିଜ ପାଖରେ ରଖିଥିବା ପରେ ସିଦ୍ଧାର୍ଥ ନାବାଳିକାର ସାଙ୍ଗମାନଙ୍କ ନିକଟକୁ ମେସେଜ ପଠାଇ ସମ୍ପର୍କ ନ ରଖିଲେ ସମସ୍ତ ଫଟୋକୁ ଭାଇରାଲ କରାଇଦେବାର ଧମକ ଦେଇଥିଲା । ଏବିଷୟରେ କାହା ନିକଟରେ ପ୍ରକାଶ କଲେ ପରିବାରର ସମସ୍ତଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲା । ଏଥି ସହିତ ଦୁଇ ଜଣ ପିଲାଙ୍କର ଫଟୋ ପଠାଇଲି, ଯେଉଁମାନେ ସଦାସର୍ବଦା ନାବାଳିକା ଉପରେ ନଜର ରଖିଛନ୍ତି ବୋଲି କହିଥିଲା । ଏଥି ସହିତ ବାହା ହେବାକୁ ଚାହେଁ, ବାହା ନ ହେଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲା ଏବଂ ଜଣେ ପିଲାର ମୋବାଇଲ ନମ୍ବର ୯୫୫୬୬୭୩୬୯୦ମଧ୍ୟ ଦେଇଥିଲା । ତେଣୁ ନାବାଳିକା ଝିଅର ଭବିଷ୍ୟତ ବିଷୟକୁ ଚିନ୍ତା କରି ବାବା ଶେଷରେ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବାପରେ ଥାନାରେ କେଶ ନମ୍ବର ୪୫୭/୨୦୨୦ ଓ ଆଇପିସି ଧାରା ୪୧୭, ୫୦୦, ୫୦୬, ୫୦୯ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । 

 

0
0
0
s2sdefault