ହେଡଲାଇନସ୍:

ଝାରସୁଗୁଡ଼ାରେ ବଢ଼ିବାକୁ ଲାଗିଛି ବେଆଇନ ମଦ କାରବାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା/ ସୁବାଷ ସାହାରେ : ଝାରସୁଗୁଡ଼ାର ବଡ଼ମାଲ ପୋଲିସ ଦ୍ୱାରା ଆଜି ୨୦ ଲିଟର ରନ୍ଧା ଦେଶୀ ମଦ ସହ ବଂଜ୍ଜାରି ନିକଟ ଗ୍ରାମର ସନୀଚର ଓରାମ (୨୯) ପିତା କୃଷ୍ଣ ଗୋପାଳ ଓରାମ ଙ୍କୁ ଧରିଥିବା ସୂଚନା ମିଳିଛି | ବଡ଼ମାଲ ଥାନା ରେ ଏକ ମାମଲା ୧୪୨/୨୦୦୨ (୫୨) (କ) ରୁଜୁ କରି  କୋର୍ଟ ଚାଲାଣ କରିଥିବା ସୂଚନା ବଡ଼ମାଲ ଅଧିକାରୀ ଅମିତାଭ  ପଣ୍ଡା ସୂଚନା ଦେଇଛନ୍ତି । ଝାରସୁଗୁଡ଼ାରେ ଦେଶୀ ମଦ ବନ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ଗଲି କୁ ଗଲି ୱାର୍ଡ କୁ ୱାର୍ଡ ଯେଉଁ ଆଡେ ଦେଖିଲେ ପୋଚିଆ ମଦ ବିକ୍ରି ବେଧଡକ ଚାଲିଛି ହେଲେ ପୋଲିସ ବିଭାଗ ଦ୍ଵାରା ନିରାନ୍ତରାଲରେ ମଦ ଧରା ପଡୁଛି ଜେଲ ମଧ୍ୟ ପଠା ଯାଉଛି ହେଲେ ଚୋରିରେ  ମଦ ତିଆରି ଓ ବିକ୍ରି ବନ୍ଦ ହେବାର ନାମ ଧରୁନି ଫଳରେ ମଦ୍ୟପ ମାନେ ଅଳ୍ପ ଦୂରରେ ମଦ ସହଜରେ ପାଇ ପାରୁଛନ୍ତି ଓ ମଦ ମାଫିଆ ମାନେ ମଧ୍ୟ  ରାତା ରାତି ମଦ ତିଆରି କରି ବିପୁଳ ଅର୍ଥ ଉପାର୍ଜନ କରିଚାଲିଛନ୍ତି ଏପକୀ ବଂଜ୍ଜାରି, କୁରେବଗା, ଶ୍ରୀପୁରା, ପୂର୍ଣା, ଇତ୍ୟାଦି ଅଞ୍ଚଳରେ ମଦ ରନ୍ଧାଯାଉଛି ଓ ପୋଲିସ ମଧ୍ୟ ଏମାନଙ୍କୁ ଧରୁଛି ହେଲେ ଏମାନେ ଏହି ବ୍ୟବସାୟ ବନ୍ଦ କରୁ ନାହାନ୍ତି ଏପରିକି ଫୋନ ଯୋଗେ ମଦ ଦୁଇ ଚକିଆ ଯାନ ବାହାନ ରୁ ନେଇ ପୋଚିଆ ଦୋକାନ ଘରକୁ ଘର ପହଞ୍ଚାଇବା ସୁବିଧା କରୁଛନ୍ତି ଏହି ବେଆଇନ ମଦ କୁତ୍ରିମ ଉପାୟରେ ତିଆରି କରି ବିଷ ସମତୁଲ୍ୟ ମଦ ଦ୍ୱାରା ବହୁ ଲୋକେ ରୋଗଗ୍ରସ୍ତ |

 

0
0
0
s2sdefault